ଜିଲା ଡେପୁଟି କଲେକ୍ଟରଙ୍କ ଗାଡି ଧକ୍କାରେ ଜଣେ ବାଳକ ଗୁରୁତର

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ପୁରୁଣାକଟକ ବଜାର ଠାରେ ସୋମବାର ପୂର୍ବାହ୍ନରେ ଜିଲା ଡେପୁଟି କଲେକ୍ଟରଙ୍କ ଗାଡି ଧକ୍କାରେ ଜଣେ ବାଳକ ଗୁରୁତର ହୋଇଛନ୍ତି । ସେ ହେଲେ ପୁରୁଣାକଟକ ଥାନା ଶାଲକଟା ଗ୍ରାମର ଅଭିଳାଶ ମହାଲିକ(୧୭) । ପ୍ରକାଶ ଯେ ଡେପୁଟି କଲେକ୍ଟର କାର ନଂ. ଓଡି ୦୨ଏସ୍‌ ୧୦୫୫ ଯୋଗେ ଭୁବନେଶ୍ବରରୁ ବୌଦ୍ଧ ଅଭିମୁଖେ ଯାଉଥିଲେ । ବୀପରିତ ଦିଗରୁ ସାଇକେଲ ଯୋଗେ ଅଭିଳାଶ ଆସୁଥିଲେ । ମାଛ ମାର୍କେଟ ଠାରେ କାରଟି ସାଇକେଲକୁ ସମ୍ମୁଖରୁ ଧକ୍କା ଦେଇଥିଲା । ଫଳରେ ଅଭିଳାଶଙ୍କ ହାତ ଭାଙ୍ଗିଯାଇଥିବା ଜଣାପଡିଛି । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ଖବର ପାଇ ଜିଲା ପରିଷଦ ଉପାଧକ୍ଷ ଅକ୍ରୁର ସେଠୀ ପହଞ୍ଚି ଅଭିଳାଶଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପୁରୁଣାକଟକ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାପଡିଛି । ଅନ୍ୟପଟେ ଡେପୁଟି କଲେକ୍ଟର ସାମାନ୍ୟ ଆହତ ହୋଇଥିବା ବେଳେ ଘଟଣାସ୍ଥଳରେ ପୁରୁଣାକଟକ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାପଡିଛି ।

Leave A Reply

Your email address will not be published.