oom

ଛିନ୍ଦେଇକେଲାରେ ଶୁଣ୍ତି ସମାଜର ବୈଠକ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଛିନ୍ଦେଇକେଲା ଆଞ୍ଚଳିକ ଶୁଣ୍ତି ସମାଜର ଝାରବ‌ନ୍ଧ ବ୍ଲକ କୋତନା ସିନ୍ଧୁଢିପା ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଭୂବନେ‌ଶ୍ୱର ସାହୁ ସଭାପତି‌ତ୍ୱ କରିଥିବା ବେଳେ ସମାଜର ବିଭିନ୍ନ ସଂସ୍କାର ମୂଳକ କାର୍ୟ୍ୟକ୍ରମ ହାତକୁ ନିଆ ଯାଇଥିଲା । ସମାଜର ଥିବା ଅନ୍ଧ ବିଶ୍ଵାସ ଓ କୁସଂସ୍କାରକୁ ପ୍ରଶୟ ନ ଦେବା ପାଇଁ ପ୍ରସ୍ତାବରେ ସହମତି ପ୍ରକାଶ କରିଥିଲେ । ଆଲୋଚନାରେ ବେଣୁଧର ବେହେରା, ମହାଦେବ ବେହେରା, ଦିଲିପ ବେହେରା, ପୀତବାସ ବେହେରା, ରମେଶ ବେହେରା, ମିନି କେତନ ବେହେରା, ନରସିଂହ ବେହେରା, ଦୀନବନ୍ଧୁ ବେହେରା, ଯୁଧିଷ୍ଠିର ବେହେରା, ଭୀଷ୍ମଦେବ ବେହେରା, ସତ୍ୟ କୁମାର ବେହେରା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ନିଜ ନିଜ ମତ ଉପସ୍ଥାପନ କରିଥିଲେ । ଶେଷରେ ସମାଜର ସମ୍ପାଦକ ଅନିରୁଦ୍ଦ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.