oom

ରମ୍ଭା ଚନ୍ଦନ ଯାତ୍ରାର ପ୍ରସ୍ତୁତି ବୈଠକ : ୧୭ରୁ ଆରମ୍ଭ ୨୩ରେ ଶେଷ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ରମ୍ଭା ଚନ୍ଦନ ଯାତ୍ରା ଉଭୟ ବାଡ଼କୁ ନେଇ କାର୍ଯ୍ୟକାରି ସଭାପତି ବିଜୟ ଚନ୍ଦ୍ର ବିଶ୍ୱାଳଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ବୈଠକରେ ଗତ ଦୁଇ ବର୍ଷଧରି କରୋନା କଟକଣା ଅନୁସାରେ ପାଳନ ହୋଇଥିବା ବେଳେ ଚଳିତ ବର୍ଷ ଉତ୍ସାହ ଉଦ୍ଧୀପନା ସହ ପାଳନ କରିବା ପାଇଁ ଅଣ୍ଟା ଭିଡ଼ିଲେଣି ରମ୍ଭା ବାସିନ୍ଦା । ବୈଠକରେ ଶାନ୍ତି ଶୃଙ୍ଖଳା, ଆଇନ ଶୃଙ୍ଖଳା, ପାନୀୟ ଜଳ ସମସ୍ୟା, ବିଦ୍ୟୁତ ସମେତ ଅନେକ ଆନୁସଙ୍ଗିକ ବିଷୟ ବସ୍ତୁ ଉପରେ ଆଲୋଚନା ହୋଇଥିଲା । ବୈଠକରେ କରଣ ବାଡ଼ର ଅଧିକାରୀ ଜଗନ୍ନାଥ ଦାଶ, ରମ୍ଭା ଏନ୍‌ଏସି ଅଧ୍ୟକ୍ଷା ପ୍ରତିନିଧି କାହ୍ନା ସ୍ୱାଇଁ, ଉପାଧ୍ୟକ୍ଷ କାଳିଆ ତରାଇ, ସମର ସେନ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ରଥ, ଅରୁଣ ଦାସ, ନାରାୟଣ ନାୟକ, ତ୍ରିନାଥ ବେହେରା, ସିମାଞ୍ଚଳ ବାଡ଼ତ୍ୟା, ବନବାସୀ ନାହାକ, ସୁଦର୍ଶନ ସେନାପତି, ମୁନା ସ୍ୱାଇଁ, ଯୋଗେନ୍ଦ୍ର ସ୍ୱାଇଁ, ବୁଲୁ ବିଶ୍ୱାଳ, ସୁଦର୍ଶନ ଦାସ, ସୁରେନ୍ଦ୍ର ତରାଇ, ଅଧିକାରୀ ବେହେରା, ଲୋକନାଥ ଗୌଡ଼, ସଦାନନ୍ଦ ବେହେରା ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ ଓ ଶିକ୍ଷାବିତ୍ତ ବୈଠକରେ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.