oom

ମାଲପଡା ନାଗରିକ କମିଟିର ମାସିକିଆ ବୈଠକ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଯୁଧିଷ୍ଟିର ମିଶ୍ରଙ୍କ ସଭାପତିତ୍ୱରେ ମାଲପଡା ନାଗରିକ କମିଟିର ମାସିକିଆ ବୈଠକ ଅନୁଷ୍ଠିତ ହୋଇଥିଲା । ସଭାରେ ୱାର୍ଡ ନଂ. ୧୪ ଓ ୧୫ର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରସ୍ତାବମାନ ଆଲୋଚନା ମାଧ୍ୟମରେ ଗ୍ରହଣ କରାଯାଇଥିଲା । ଏହି ୱାର୍ଡମାନଙ୍କର ରାସ୍ତାର ଅବନତି ଓ ନୂତନ ରୂପରେଖ ଦେବା ପାଇଁ ପ୍ରସ୍ତାବମାନ ଗ୍ରହଣ କରାଯାଇଥିଲା । ଯଥା ପ୍ରହରି ଛକଠାରୁ ଦକ୍ଷିଣ ଦିଗକୁ ଆଶୁତୋଷ ଛକ ପର୍ଯ୍ୟନ୍ତ ପିଚୁ କାମ କରିବା ପାଇଁ ଓ ଡ୍ରେନଗୁଡିକ ତିଆରି କରିବା ପାଇଁ ମ୍ୟୁନିସିପାଲିଟିକୁ ବହୁ ଆଗରୁ ପ୍ରସ୍ତାବମାନେ ଦିଆଯାଇଥିଲା ହେଲେ ମଧ୍ୟ କାର୍ଯ୍ୟ ଆଜି ପର୍ଯ୍ୟନ୍ତ ସମାପନ ହୋଇନାହିଁ । ପତ୍ର ମାଧ୍ୟମରେ ବହୁବାର ଜଣାଇ ତାଙ୍କୁ ଜଣାଇ ଦିଆଯାଇଛି । ପିଏଚ୍‌ଡି ପାଣି ସବୁ ଦିନ ଦିଆଯାଉ ନାହିଁ । ମାଲପଡା ସ୍କୁଲ ଗୃହ ଭଙ୍ଗାରୁଜା ହୋଇ ପଡିରହିଛି, ମରାମତି ପାଇଁ ମ୍ୟୁନିସିପାଲିଟିକୁ ବହୁ ଥର ଅନୁରୋଧ କରାଯାଇ ଅଛି । ଆଜି ପର୍ଯ୍ୟନ୍ତ ଉପରୋକ୍ତ କାର୍ଯ୍ୟଗୁଡିକ କିଛି ହୋଇନାହିଁ । ଏଣୁ ମ୍ୟୁନିସିପାଲିଟିକୁ ଅନୁରୋଧ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଏହି ସଭାରେ ସଭାପତି ଯୁଧିଷ୍ଟିର ମିଶ୍ର, ଗୋପବନ୍ଧୁ ମିଶ୍ର, ତରୁଣ କୁମାର ମିଶ୍ର, ଅଶୋକ କୁମାର ଚାନ୍ଦ, ସଂପାଦକ ବସୁଦେବ ନାଗ, ପଂଚାନନ ସେଠ, ଶ୍ୟାମସୁନ୍ଦର ଆଚାର୍ଯ୍ୟ, ଦେବଜିତ ଯୋଷୀ, ଦୟାସାଗର ବଗର୍ତ୍ତି, ଛବି ବେହେରା ଆଦି ସଭ୍ୟ ଯୋଗଦେଇ ତାଙ୍କ ବକ୍ତବ୍ୟମାନ ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.