ଗୁଡଭେଲା ବ୍ଲକ୍‌ର ସମସ୍ତ ବିଦ୍ୟାଳୟରେ ଶିକ୍ଷା ସପ୍ତାହ ପାଳିତ ଓ ବ୍ଲକ୍‌ସ୍ତରୀୟ ଟି. ଏଲ୍. ଏମ୍ ମେଳା ଆୟୋଜିତ

ଗୁଡଭେଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଗୁଡଭେଲା ବ୍ଲକ୍‌ର ଆଠଟି କ୍ଲଷ୍ଟର୍‌ର ସମସ୍ତ ବିଦ୍ୟାଳୟରେ ଶିକ୍ଷା ସପ୍ତାହ ପାଳିତ ହେଉଛି । ଏହା ଜୁଲାଇ ୨୨ରୁ ଆରମ୍ଭ ହୋଇ ଜୁଲାଇ ୨୮ ପର୍ଯ୍ୟନ୍ତ ଚାଲୁ ରହିବ । ପ୍ରଥମ ଦିବସରେ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି, ଦ୍ୱିତୀୟ ଦିନରେ ଏଫ୍. ଏଲ୍. ଏନ୍ ଦିବସ ପାଳନ, ତୃତୀୟରେ କ୍ରୀଡା ଦିବସ, ଚତୁର୍ଥ ଦିନରେ ସାଂସ୍କୃତିକ ଦିବସ ପାଳନ, ପଞ୍ଚମ ଦିନରେ ଦକ୍ଷତା ଓ ଡିଜିଟାଲ ପ୍ରୋତ୍ସାହନ ଦିବସ ପାଳନ, ଷଷ୍ଠ ଦିବସରେ ଇକୋ କ୍ଲବ୍ / ସ୍କୁଲ୍ ପୋଷଣ ଦିବସ ପାଳନ ଏବଂ ଅନ୍ତିମ ତଥା ସପ୍ତମ ଦିବସରେ ସମ୍ପ୍ରଦାୟ ଯୋଗଦାନ ଦିବସ ପାଳିତ ହେବ । ଗତକାଲି ବ୍ଲକ୍ ସ୍ତରୀୟ ଟି. ଏଲ୍. ଏମ୍ ମେଳା ଗୁଡଭେଲା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଷିଆ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରମେଶ ଚନ୍ଦ୍ର ସାମର୍ଥ, ସୁରେନ୍ଦ୍ର ସୁନା ଓ ବିପିନ ବାଗ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ତଦାରଖ କରିଥିଲେ । ସମସ୍ତ ସି. ଆର୍. ସି. ସି ଏଥିରେ ସହଯୋଗ କରିଥିଲେ । ଆଜି ସମସ୍ତ ବିଦ୍ୟାଳୟରେ ଏଫ୍. ଏଲ୍. ଏନ୍. ଦିବସ ପାଳିତ ହୋଇଛି ।

Leave A Reply

Your email address will not be published.