ବଣାଇ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ରକ୍ତ ଦାନ ଶିବିର ଆୟୋଜିତ

ବଣାଇ, (ହବିବ ଖାନ) : ଆଜି ବଣାଇସ୍ଥିତ ଉତ୍କଳ ସାମ୍ବାଦିକ ସଂଘ ସୁନ୍ଦରଗଡ଼ ଜିଲ୍ଲା ବଣାଇ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଏକ ରକ୍ତ ଦାନ ଶିବିର ଆୟୋଜିତ ହୋଇଯାଇଛି । ପ୍ରତିଷ୍ଠା ଦିବସ ଅବସରରେ ଅନେକ ସାମ୍ବାଦିକ ବୁଦ୍ଧିଜୀବୀ ରକ୍ତ ଦାନ କରି ନିଜକୁ ଧନ୍ୟ ମଣିଥିଲେ । ଡାକ୍ତର ନେପାଲ ରଘୁ ମୁର୍ମୁ, ଡାକ୍ତର ଅନିରୁଦ୍ଧ ବେହେରା ତାଙ୍କ ସହଯୋଗୀମାନଙ୍କୁ ନେଇ ରକ୍ତ ସଂଗ୍ରହ କରିଥିଲେ । ସଂଘ ସଭାପତି ପ୍ରଦୀପ ତ୍ରିପାଠୀ ଉପସ୍ଥିତ ସମସ୍ତ ରକ୍ତଦାତା ସହଯୋଗୀ ଏବଂ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.