oom

ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ

jsmm

ବଲାଙ୍ଗିର: ବଲାଙ୍ଗିର ସହରରେ ଥିବା ଡେମପଡାର ଏକ ଖୋଲା ପଡ଼ିଆରେ ନିଜ ଦେହ ରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଯୁବକ ଜଣଙ୍କ । ସୂତ୍ରରୁ ପ୍ରକାଶ ଯେ ସେ ଡେମପଡାରେ ଏକ ଭଡା ଘରେ ରହୁଥିଲେ କିନ୍ତ୍ ସିଏ ପଶ୍ଚିମବଙ୍ଗ ରାଜ୍ୟର ହୁଗୁଳିର ବାସିନ୍ଦା । ତାଙ୍କ ନାମ ଇନ୍ଦ୍ରନିଲ ଚକ୍ରବର୍ତ୍ତୀ ବୋଲି ଜଣା ପଡିଛି । ତେବେ ଏଠି ସିଏ ଟାଟା କନସଲାଟାଇସି ସର୍ଭିସ ନାମକ ଏକ ଘୋରଇ କଂପାନୀରେ ସେ ଚାକିରୀ କରୁଥିବା ଅନୁମାନ କରାଯାଇଛି।

ସୂଚନା ଅନୁସାରେ ଆଜି ସକାଳୁ ହଠାତ ଦିନ ୧୦ଟା ରୁ୧୧ ଟା ଭିତରେ, ଯୁବକ ଜଣକ ଏକ ପେଟ୍ରୋଲ ଜାର ଧରି ଖୋଲା ପଡିଆ କୁ ଯାଇ ନିଜ ଦେହରେ ପେଟ୍ରୋଲ ଢାଳିଥିଲେ। ତାପରେ ଦେହରେ ନିଆଁ ଲଗାଇ ଦେଇଥିଲେ। ସ୍ଥାନୀୟ ଲୋକେ ନିଆଁରେ ଜଳୁଥିବା ଦେଖି, ନିଆଁ ଲିଭାଇବାର ସହିତ ପୋଲିସ ଏବଂ ଆମ୍ବୁଲାନ୍ସକୁ ଖବର କରିଥିଲେ । ସେଠୁ ଆମ୍ବୁଲାନ୍ସ ଆସି ଗୁରୁତର ଅବସ୍ଥାରେ ଉକ୍ତ ଯୁବକ କୁ ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କଲେଜ ହସପିଟାଲକୁ ନିଆ ହୋଇଥିଲା । ବର୍ତ୍ତମାନର ଖବର ଅନୁଯାୟୀ ତାଙ୍କର ହସପିଟାଲରେ ଚିକିତ୍ସା ଚାଲିଥିବା ବେଳେ, ଅବସ୍ଥା ଅତ୍ୟନ୍ତ ସଂଘତିକ ରହିଥିବା ଜଣାପଡ଼ିଛି । ତେବେ ବଲାଙ୍ଗିର ଟାଉନଥାନା ପୋଲିସ ଜାଇ ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରିଛି।

jittmm
Leave A Reply

Your email address will not be published.