ଡାକ୍ତରଙ୍କ କାର୍ ଓ ବାଇକ୍ ପୋଡ଼ି ଅଭିଯୁକ୍ତ ପୂର୍ବତନ ଡ୍ରାଇଭର ଥାନାରେ ଅଟକ

ଭୁବନେଶ୍ୱର : ଡାକ୍ତରଙ୍କ କାର୍ ଓ ବାଇକ୍ ପୋଡ଼ିଦେଲେ ଦୁର୍ବୃତ୍ତ । ଭୁବନେଶ୍ୱର ଜାଗମରା ସ୍ଥିତ କ୍ରିଷ୍ଣା ଗାର୍ଡେନ୍‌ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସିସିଟିଭି ଫୁଟେଜ୍ ଆଧାରରେ ଧରାପଡିଲା ଅଭିଯୁକ୍ତ । ସୂଚନାଯୋଗ୍ୟ ଯେ, ବୁଧବାର ବିଳମ୍ବିତ ରାତିରେ ଭୁବନେଶ୍ୱର ଜାଗମରା ସ୍ଥିତ କ୍ରିଷ୍ଣା ଗାର୍ଡେନ୍‌ ଅଞ୍ଚଳରେ ଗାଡ଼ି ପୋଡ଼ି ଘଟଣା ଘଟିଥିଲା । ଡାକ୍ତରଙ୍କ କାର୍ ଓ ବାଇକ୍ ପୋଡ଼ିଦେଇଥିଲେ ଦୁର୍ବୃତ୍ତ । ଡାକ୍ତର ଜ୍ୟୋତ୍ସ୍ନା ମହାନ୍ତିଙ୍କ ଘରେ ଗାଡ଼ି ପୋଡି ଦେଇଛନ୍ତି ଦୁର୍ବୃତ୍ତ । ତେବେ ଡାକ୍ତରଙ୍କ ପୂର୍ବତନ ଡ୍ରାଇଭର ଗାଡ଼ି ପୋଡ଼ି ଦେଇଥିବା ଅଭିଯୋଗ ହୋଇଥିଲା । ଅଭିଯୁକ୍ତ ଡ୍ରାଇଭର ଅବଦୁଲ ହାକିମ୍‌ ଖଣ୍ଡଗିରି ଥାନାରେ ଅଟକ ରହିଛି । ଡାକ୍ତରଙ୍କ ଘରର ସିସିଟିଭି ଫୁଟେଜ ଆଧାରରେ ଅବଦୁଲ୍‌ ଧରାପଡିଛନ୍ତି ।

Leave A Reply

Your email address will not be published.