csstore

ଲଗାଣ ବର୍ଷାରେ ଜନସାଧାରଣ ଅସ୍ତବ୍ୟସ୍ତ

ଖଜୁରୀପଡ଼ା,(କେପିଏନ୍‌ଏସ୍‌) : ଖଜୁରୀପଡ଼ା ବ୍ଲକର ସମସ୍ତ ଅଂଚଳରେ ଲଘୁଚାପଜନିତ ବର୍ଷାର ପରିମାଣ ବଢିଚାଲିବା ସହ ବିଭିନ୍ନ ଅଂଚଳରେ ଘରଦ୍ୱାର କ୍ଷତିଗ୍ରସ୍ତ ହୋଇଥିବା ମଧ୍ୟ ଜଣାପଡିଛି । ଆଜି ରାତିରୁ ଲଗାଣ ବର୍ଷାର ପ୍ରଭାବରେ ଜନଜୀବନ ସମ୍ପୂର୍ଣ୍ଣ ଭାବେ ଅସ୍ତବ୍ୟସ୍ତ ହୋଇ ଯାଇଥିବା ବେଳେ ମୁଳଗୁଦାରୀ ଗ୍ରାମର ପ୍ରକାଶ ଦିଗାଲ ଏବଂ ଆର ନୂଆଗାଁ ଖଲିବେରେଣା ଗ୍ରାମରେ ବିଶିକେଶନ ବଗର୍ତୀଙ୍କ ଘରଦ୍ୱାର କ୍ଷତିଗ୍ରସ୍ତ ହୋଇଥିବା ସୁଚନା ମିଳିଛି । ସେହିପରି ସିଦିଙ୍ଗୀ ଗ୍ରାମରେ ଅସୁରକ୍ଷିତ ଘରେ ରହିଥିବା ଗୋଟିଏ ପରିବାରବର୍ଗଙ୍କୁ ତହସିଲଦାର ଶ୍ରୀମତୀ ସ୍ୱପ୍ନିତା ନାୟକ ସେଠାରେ ଥିବା ଆମ ଗାଁ ଆମ ବିକାଶ ସରକାରୀ କୋଠାରେ ରହିବା ବ୍ୟବସ୍ଥା କରିବା ସହ ଅନେକ ଏଭଳି ବିପଦ ସଙ୍କୁଳ କଚ୍ଚା ଘରେ ରହିଥିବା ଲୋକଙ୍କୁ ନିକଟସ୍ଥ ବିଦ୍ୟାଳୟ ମାନଙ୍କରେ ସୁରକ୍ଷିତରେ ରଖିବା ପାଇଁ ସ୍ଥାନୀୟ ରାଜସ୍ୱ ନିରିକ୍ଷକ ମାନଙ୍କୁ ନିର୍ଦେଶ ଦେଇଛନ୍ତି । ଘରଦ୍ୱାର କ୍ଷତିଗ୍ରସ୍ତ ହୋଇଥିବା ପରିବାରଙ୍କୁ ତୁରନ୍ତ ପଲିଥିନ ପ୍ରଦାନ କରାଯାଉଥିବା ବେଳେ ନିଜେ ତହସିଲଦାର ଶ୍ରୀମତୀ ନାୟକ କ୍ଷତିଗ୍ରସ୍ତ ହୋଇଥିବା ପରିବାରର ସୁଚନା ପାଇ ସେସବୁ ଅଂଚଳ ଗ୍ରସ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି । ଆଜିର ବର୍ଷା ଚଳିତ ବର୍ଷାରୂତୁରେ ସର୍ବାଧିକ ସମୟ ଲାଗିରହିଥିବା ବେଳେ ବିଭିନ୍ନ ଅଂଚଳର ରାଜସ୍ୱ ନିରୀକ୍ଷକମାନଙ୍କୁ ନିଜ ନିଜ ଅଂଚଳ ପ୍ରତି ସତର୍କ ଦୃଷ୍ଟି ରଖିବା ସହ ସହଯୋଗ କରିବାକୁ ତହସିଲଦାର ନିର୍ଦ୍ଦେଶ ଦେଇଛନ୍ତି ।

jayashree
Leave A Reply

Your email address will not be published.