oom

ମୋ ବଗିଚାର ସଫଳ ରୂପାୟନ ନିମନ୍ତେ ପ୍ରଶିକ୍ଷଣ ଶିବିର

jsmm

କନ୍ଧମାଳ, (କେପିଏନ୍‌ଏସ୍‌) : ପ୍ରକଳ୍ପ ନିର୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାଙ୍କ ନିର୍ଦେଶ ପ୍ରକାରେ ଗତ ଦୁଇ ଦିନ ଧରି ମୋ ଉପକାରୀ ବଗିଚାର ସଫଳ ରୂପାୟନ ନିମନ୍ତେ ପ୍ରଶିକ୍ଷଣ ଶିବିର ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଗୃହଠାରେ ଆୟୋଜନ କରାଯାଇଛି । ଏହି ଶିବିରରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ କୈଳାଶ ଚନ୍ଦ୍ର ମୁର୍ମୁ , ସହକାରୀ ଯନ୍ତ୍ରୀ ରାଜେନ୍ଦ୍ର ସୋରେନ, ଅତିରିକ୍ତ କାର୍ୟ୍ୟକ୍ରମ ଅଧିକାରୀ ସୂର୍ୟ୍ୟ ନାରାୟଣ ସେନାପତି, ବିପିଏମ ବାଦଲ ପ୍ରଧାନ, ସମସ୍ତ କନିଷ୍ଠ ଯନ୍ତ୍ରୀ, ସମସ୍ତ ଗ୍ରାମ ରୋଜଗାର ସେବକ, ସମସ୍ତ ବିଏଫଟି, ବିଭିନ୍ନ ପଞ୍ଚ।ୟତରୁ ଆସିଥିବା ଏମବିକେ ଏବଂ ସିଆରପି ମାନେ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ସ୍ତରୀୟ ପ୍ରଶିକ୍ଷକ ଦେବେନ୍ଦ୍ର ପଣ୍ଡାଙ୍କ ସହିତ ସହଯୋଗୀ ବସନ୍ତ କୁମାର ପ୍ରଧାନ ଉକ୍ତ ପ୍ରଶିକ୍ଷଣ ଶିବିରରେ ତାଲିମ ପ୍ରଦାନ କରିଥିଲେ । ଯୋଜନା ପ୍ରକାରେ ଦୁଇ ଦିନର ତାଲିମ ଗୃହରେ ସଫଳ ରୂପେ ପ୍ରଦାନ କରାଯାଇଛି । କିନ୍ତୁ ପ୍ରବଳ ବର୍ଷା ଲାଗି ରହିଥିବାରୁ ଗ୍ରାମାଞ୍ଚଳରେ ଶ୍ରେଣୀ ବହିର୍ବୃତ୍ତ ତାଲିମ ପ୍ରଦାନ କରାଯାଇ ପାରିନାହିଁ ।ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନିର୍ଦେଶ କ୍ରମେ ବର୍ଷା କମିବା ସଙ୍ଗେ ସଙ୍ଗେ ଆସନ୍ତା ସୋମବାର ଦିନ ନିକଟସ୍ଥ ଗ୍ରାମରେ ଶ୍ରେଣୀ ବହିର୍ବୃତ୍ତ ତାଲିମ ପ୍ରଦାନ କରାଯିବ । ଉକ୍ତ ଦୁଇ ଦିନିଆ କର୍ମଶାଳାକୁ ବ୍ଲକ ଏପିଓ ପରିଚାଳନା କରିଥିଲେ । ତାଲିମ ଶେଷ ହେବା ମାତ୍ରେ ମୋ ଉପକାରୀ ବଗିଚାର ସଫଳତା ପାଇଁ ସମସ୍ତେ ପ୍ରୟାସ କରିବା ନିମନ୍ତେ ମତବ୍ୟକ୍ତ କରିଛନ୍ତି ।

jittmm
Leave A Reply

Your email address will not be published.