ହୀରାକୁଦ ଡ଼୍ୟାମ୍‌ : ଆଉ ୪ ଗେଟ୍‌ ଖୋଲାଗଲା

ସମ୍ବଲପୁର, (ଦାମୋଦର ପଣ୍ଡା) : ହୀରାକୁଦ ବନ୍ଧନିର୍ମାଣ ଉପର ପାର୍ଶ୍ଵରେ ପ୍ରବଳ ବର୍ଷା ଯୋଗୁଁ ଏବେ ବନ୍ଧର ୪ ଟି ଗେଟ୍ ଅଧିକ ଖୋଲା ଯାଇଛି, ମୋଟ ୧୬ ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି। ଏବେ ୫ ଲକ୍ଷ ୨୪ କ୍ୟୁସେକ ପାଣି ପ୍ରବେଶ କରୁଥିବା ବେଳେ ପ୍ରତି ସେକେଣ୍ଡରେ ୨ ଲକ୍ଷ ୪୮ କ୍ୟୁସେକ ଜଳ ନିଷ୍କାସନ କରାଯାଉଛି। ଏବେ ହୀରାକୁଦ ବନ୍ଧର ଜଳସ୍ତର ୬୨୧.୫୬ ଫୁଟ ରହିଛି। ବନ୍ଧ ତଳ ସ୍ତରରେ ବର୍ଷା ଲାଗି ରହିଥିବାରୁ ମହାନଦୀରେ ଅଧିକ ବନ୍ୟା ସ୍ଥିତି ଉପୁଜିବା ଆଶଙ୍କା ରହିଛି । ଉପର ମୁଣ୍ଡରେ ବର୍ଷା ଲାଗିରହିଛି, ଏଣୁ ଜଳସ୍ତର ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏ ଉପରେ ଡେମ୍ କର୍ତ୍ତୃପକ୍ଷ ସତର୍କ ନଜର ରଖିଛନ୍ତି ବୋଲି ଅଧିକ୍ଷଣ ଯନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.