ଅସହାୟ ଅବସ୍ଥାରେ ଉକିଆ ମହାନନ୍ଦଙ୍କ ପରିବାର

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ବହୁ ଦିନରୁ ନିଜର ବାସସ୍ଥାନ ଟିକକ ପାଇଁ ବହୁ ନେତା ଅଫିସରଙ୍କୁ ଗୁହାରୀ କରିଥିଲେ ହେଁ କେହି ହେଲେ ଗୁହାରୀ ଶୁଣୁନାହାନ୍ତି । ଶେଷର ଯେଉଁ ଛୋଟ ଘର ଟିଏ ଥିଲା ତାହା ବର୍ଷା ପାଣିରେ ଭାଙ୍ଗି ଯାଇଛି । ଫଳରେ କୁଟୁମ୍ବର ପାଞ୍ଚ ପ୍ରାଣୀଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ସରକାର ଗରିବ ଲୋକଙ୍କ ପାଇଁ ବହୁ ଗୁଡିଏ ଯୋଜନା କରିଛନ୍ତି, କିନ୍ତୁ ତାହା ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଳକ କେରମେଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କରେଲଧୂଆ ଗ୍ରାମରେ ଫେଲ୍‌ ମାରିଛି । ସୂଚନା ଏହି କି ଯେ ଉକ୍ତ ଗ୍ରାମରେ ବହୁ ଦିନରୁ ରହି ଆସିଛନ୍ତି ଉକିଆ ମହାନନ୍ଦ । କିନ୍ତୁ ବହୁ ଲୋକଙ୍କୁଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ମିଳୁଛି । କିନ୍ତୁ ବାରମ୍ବାର କାକୁତି ମିନତି ହୋଇ ବହୁ ଅଭିଯୋଗ କରିଥିଲେ ମଧ୍ୟ କୈାଣସି ସମସ୍ୟାର ସମାଧାନ ହୋଇପାରି ନାହିଁ । ଏପଟେ ବର୍ଷା ପାଣିରେ ଘର ଭାଙ୍ଗିଯିବା ପରେ କେଉଁଠି ରହିବେ ସେଇ ଚିନ୍ତାରେ ସେମାନେ ମ୍ରିୟମାଣ । କିଏ ବା ତାଙ୍କ ଦୁଃଖ ବୁଝିବ । ଯଦି ତାଙ୍କୁ କିଛି ସରକାରୀ ସୁବିଧା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମିଳିବ. ତେବେ ତାଙ୍କର ସମସ୍ୟାର ସମାଧାନ ହୋଇପାରିବ ବୋଲି ଶୋକଭରା ହୋଇ ଗୁହାରୀ କରୁଛନ୍ତି । ତେବେ ଯଥାଶୀଘ୍ର ସରକାର ଉଚିତ ପଦକ୍ଷେପ ନେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

Leave A Reply

Your email address will not be published.