
ଚୌଦ୍ୱାର : ଚୌଦ୍ୱାର ରୋଟାରୀ କ୍ଲବ୍ ତରଫରୁ ଅନ୍ନପୂର୍ଣ୍ଣା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ କ୍ଲବ୍ ସଭାପତି କ୍ଷିତିନ୍ଦ୍ରନାଥ କାନୁନଗୋ ଓ ସମ୍ପାଦକ ସଂଜିତ୍ ଜେନାଙ୍କ ତତ୍ୱାବଧାନରେ କ୍ଲବ ସଦସ୍ୟମାନେ ମଙ୍ଗଳପୁରସ୍ଥିତ ସ୍ୱପ୍ନ ଫାଉଣ୍ଡେସନ୍ର ବୃଦ୍ଧାଶ୍ରମରେ ପହଞ୍ଚି ଅନ୍ତେବାସୀମାନଙ୍କୁ ପୂଜାର୍ଚ୍ଚନା ପୂର୍ବକ ପ୍ରସାଦ ବଣ୍ଟନ କରିଥିଲେ ।
ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ ଓ ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ । ଶରତ କୁମାର ଖୁଣ୍ଟିଆ, କାଶୀନାଥ ମହାନ୍ତି, ପଞ୍ଚାନନ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଫାଉଣ୍ଡେସନ୍ର ଲୋକନାଥ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।