ଆର୍ମି କର୍ମୀ ଦିଲେଶ୍ୱର ପାତ୍ରଙ୍କ ପାର୍ଥିବ ଶରୀର କାଳୀପଲ୍ଲୀ ଗାଁରେ ପହଞ୍ଚିଲା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭୁବନେଶ୍ୱର ମହାନଗର ନିଗମର ଆମ୍ବୁଲାନ୍ସରେ ସେନା କର୍ମଚାରୀ ଜେ.ଦିଲେଶ୍ୱର ପାତ୍ରଙ୍କ ପାର୍ଥିବ ଶରୀର କାଳୀପଲ୍ଲୀ ଗାଁରେ ପହଞ୍ଚିଲା । ସେନାବାହିନୀରେ ଚାକିରୀ କରି ଘରକୁ ଛୁଟିରେ ଆସିଥିଲେ । ଗୋପାଳପୁର ବନ୍ଦର ସହରରେ ଗତ ରବିବାର ଅନୁଷ୍ଠିତ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ୍‌ ମେଳକୁ ଯାଇ ବଚସା ଅବା କଳହ ହୋଇଥିଲା ବୋଲି ଜଣାପଡ଼ିଛି । ଶେଷରେ ସେ ଭୁବନେଶ୍ୱରସ୍ଥ ସୋମ ହସ୍ପିଟାଲରେ ମୃତ୍ୟୁବରଣ କରିଥିଲେ । ଗତକାଲି ଅପରାହ୍ନରେ ତାଙ୍କର ଭୁବନେଶ୍ୱର ହସ୍ପିଟାଲରେ ମୃତ୍ୟୁ ହୋଇଥିଲା । ଗୁରୁବାର ସନ୍ଧ୍ୟା ୬ଟାରେ ତାଙ୍କର ପାର୍ଥିବ ଶରୀର ଗାଁକୁ ଆସିଥିଲା । ଗାଁରେ ଶୋକାକୁଳ ପରିବେଶ ଅତ୍ୟନ୍ତ ଦୁଃଖଦାୟକ କାରୁଣ୍ୟ ଦୃଶ୍ୟ ସତେ ଯେପରି ଏହି ହୃଦୟବିଦାରକ ଦୃଶ୍ୟ ଗାଁ ଜନ୍ମମାଟିର ହୃଦୟ ଫାଟି ପଡିଥିଲା । ଭୁବନେଶ୍ୱର ମହାନଗର ନିଗମର ଆମ୍ବୁଲାନ୍ସରେ ସେନା କର୍ମଚାରୀ ଜେ. ଦିଲେଶ୍ୱର ପାତ୍ରଙ୍କର ଶେଷ ଦର୍ଶନ, ଶେଷ ସମ୍ମାନ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ବାକି ରହିଛି, ଦିଲେଶ୍ୱରଙ୍କ ମୃତ୍ୟୁରେ ହତ୍ୟାକାରୀଙ୍କୁ କିଭଳି ଦଣ୍ଡମିଳିବ । ତାଙ୍କ ହତ୍ୟାକାଣ୍ଡ ପଛରେ କେତେଜଣ ସାମିଲ ଥିଲେ, ସେମାନେ ଗିରଫ କେବେ ହେବେ ? ତାଙ୍କ ପରିବାରଙ୍କୁ କି ନ୍ୟାୟ ମିଳିବ ତାହା ସମୟ କହିବ ।

Leave A Reply

Your email address will not be published.

error: Content is protected !!