oum

କେନ୍ଦ୍ର ସରକାରଙ୍କ କୃଷକ ନୀତିକୁ ଆମ୍‌ ଆଦମୀ ପାର୍ଟି ପକ୍ଷରୁ ବିରୋଧ : ବିକ୍ଷୋଭ ପ୍ରଦର୍ଶନ

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : କେନ୍ଦ୍ର ସରକାରଙ୍କ କୃଷକ ନୀତିକୁ ବଲାଙ୍ଗିର ୟୁନିଟ୍‌ ଆମ୍‌ ଆଦମୀ ପାର୍ଟି ପକ୍ଷରୁ ବିରୋଧ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏ ସଂକ୍ରାନ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ବଲାଙ୍ଗିର ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରାଯାଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ଆମ୍‌ ଆଦ୍‌ମୀ ପାର୍ଟି ପକ୍ଷରୁ ଆଜି ଓଡ଼ିଶାର ସମସ୍ତ ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳମାନଙ୍କ ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ଯେଉଁପରି ଭାବରେ ଅଗଣତାନ୍ତ୍ରିକ ଉପାୟରେ ରାଜ୍ୟସଭାରେ କୃଷି ବିଲ୍‌ ପାସ୍‌ କରାଗଲା, ତାକୁ ଆମ୍‌ ଆଦମୀ ପାର୍ଟି ବିରୋଧ କରିବା ସହ ଏପରି ଏକ ଅଗଣତାନ୍ତ୍ରିକ ପଦ୍ଧତିରେ ପାସ୍‌ କରାଯାଇଥିବା ବିଲ୍‌କୁ ସେ ଅନୁମତି ନଦିଅନ୍ତୁ ବୋଲି ଅନୁରୋଧ କରିଛି । ସଂପୃକ୍ତ ପାର୍ଟି ପକ୍ଷରୁ କୁହାଯାଇଛି ଯେ, ଏହି କୃଷି ସମ୍ବନ୍ଧୀୟ ବିଲ୍‌ ଭାରତ ବର୍ଷରେ କୃଷକର ମେରୁଦଣ୍ଡ ଭାଙ୍ଗିଦେବ । ଏହି କଳା ବିଲ୍‌ ଯଦି କାର୍ଯ୍ୟକାରୀ ହୁଏ ତେବେ ଯେଉଁ କଂପାନୀମାନେ ଏବଂ ମିଡ଼ିଆ ମ୍ୟାନ୍‌ମାନେ କୃଷି କ୍ଷେତ୍ରରେ ପ୍ରବେଶ କରିବେ, ସେମାନେ ଲାଭାନ୍ୱିତ ହେବା ସହିତ ଉଭୟ କୃଷକ ଏବଂ ଖାଉଟି ବଡ଼ ଦୁର୍ଦ୍ଦିନରେ ରହିବେ । ବଲାଙ୍ଗିରରେ ଆଜିର ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ ଆମ୍‌ ଆଦ୍‌ମୀ ପାର୍ଟିର ବଲାଙ୍ଗିର ଜିଲ୍ଲା ଆବାହକ ଆଶିଷ ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଛି ।

Leave A Reply

Your email address will not be published.