ବରଗଡ଼ ମୁଣ୍ଡାପଡା ଡମ୍ପିଙ୍ଗ୍‌ ୟାଡ଼ ସ୍ଥାନାନ୍ତରଣ ଓ ସହରର ପରିମଳ ବ୍ୟବସ୍ଥା ସୁଦୃଢ଼ ଦାବୀରେ ଜିଲ୍ଲାପାଳ ଅଫିସ ଦ୍ୱାରସ୍ଥ ହେଲା ଆପ୍

ବରଗଡ଼, (ସତ୍ୟନାରାୟଣ ପଧାନ) : ବରଗଡ଼ ସହରର ପରିମଳ ବ୍ୟବସ୍ଥା ଦିନକୁ ଦିନ ଶୋଚନୀୟ ହେଉଥିବା ବେଳେ ମୁଣ୍ଡାପଡା ଡମ୍ପିଙ୍ଗ୍‌ ୟାର୍ଡ ଏବେ କୁତ୍ରିମ ଆବର୍ଜନା ପାହାଡ଼ ହୋଇଛି । ଏହାକୁ ତୁରନ୍ତ ସ୍ଥାନାନ୍ତର କରିବାକୁ ଆମ୍ ଆଦମୀ ପାର୍ଟି ଦାବୀ କରିଛି । ବୁଧବାର ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ଦେଇ ପରିମଳ ବ୍ୟବସ୍ଥା ଓ କଠିଣ ବର୍ଜ୍ୟବସ୍ତୁ ପରିଚାଳନା ବିଷୟରେ ଶୀଘ୍ର ପଦକ୍ଷେପ ନେବାକୁ ଆଲୋଚନା କରିଥିଲା । ମୁଣ୍ଡାପଡାବସୀ ଓ ବିର୍ସାମୁଣ୍ଡା ସଂଘର୍ଷ ବାହିନୀ ବହୁତ ଦିନରୁ ପ୍ରଦୂଷଣକୁ ନେଇ ଆନ୍ଦୋଳନ କରି ଆସୁଛି । ଏହାକୁ ନେଇ ହାଇକୋର୍ଟରେ ମାମଲା ହୋଇଥିଲା ଆଉ ଶୀଘ୍ର ସ୍ଥାନାନ୍ତରିତ କରିବାକୁ କୋର୍ଟ ନିର୍ଦେଶ ଦେଇଥିଲେ । କିନ୍ତୁ ଜିଲ୍ଲା ପ୍ରଶାସନ ଓ ପୋୖର ପ୍ରଶାସନ ଅବେହେଲା ଯୋଗୁଁ ଅଂଚଳର ପ୍ରଦୂଷଣ ଏବେ ସମସ୍ତ ସୀମା ଟପି ଯାଉଥିବା ଭାବନୀ ସାହୁ ଜିଲ୍ଲା ଆବାହକ, ଆପ୍ ଅଭିଯୋଗ କରିଛନ୍ତି । ଏହା ଉପରେ ତୁରନ୍ତ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ପ୍ରଶାସନ। ଏଥିରେ ବିର୍ସାମୁଣ୍ଡା ସଂଘର୍ଷ ବହିନୀର ସଭାପତି ମରିୟମ ବାର୍ଲା, ଅମିତାଭ ପାତ୍ର, ସ୍ୱରୂପ ଭୋଇ, ଗୁଲାପୀ ସୁନା ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.