ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲରେ ବନ ମହୋତ୍ସବ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୯ ସ୍ଥିତ ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲରେ ସପ୍ତାହବ୍ୟାପି ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପିଲାଙ୍କ ମଧ୍ୟରେ କୁଇଜ୍‌, ପ୍ରବନ୍ଧ, ରଚନା, ଚିତ୍ରାଙ୍କନ ପ୍ରଭୃତି ପତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉଦ୍‌ଯାପନୀ ଉତ୍ସବରେ ରାଉରକେଲା ଡ଼ିଏଫ୍‌ଓ ଯଶବନ୍ତ ସେଠି ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ ବୃକ୍ଷର ଉପକାରିତା ସମ୍ପର୍କରେ ଆଲୋକପାତ କରି ପ୍ରତ୍ୟେକ ଛାତ୍ରଛାତ୍ରୀ ୨ଟି ଲେଖାଏଁ ବୃକ୍ଷ ଲଗାଇବା ଓ ତାହାର ଯତ୍ନ ନେବାକୁ ଆହ୍ୱାନ ଦେଇଥିଲେ । ରାଉରକେଲା ଫରେଷ୍ଟ ଡିଭିଜନ ପକ୍ଷରୁ ରହିଥିବା ବନିକରଣ ଯୋଜନା ସମ୍ପର୍କରେ ମଧ୍ୟ ସୂଚନା ଦେଇଥିଲେ । ୱାଇ.ଏମ୍‌.ଏଫ୍‌.ଆଇ.ର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ ସମ୍ମାନିତ ଅତିଥିଭାବେ ଯୋଗଦେଇ କହିଲେ ଯେ, ଜଳବାୟୁ ପରିବର୍ତ୍ତନର ପ୍ରଭାବ ଓ ଉତ୍ତାପ ବୃଦ୍ଧିକୁ ରୋକିବା ପାଇଁ ବୃକ୍ଷରୋପଣ ଓ ଏହାର ସଂରକ୍ଷଣ ଜରୁରୀ । ସ୍କୁଲର ଅଧ୍ୟକ୍ଷ ଜଳଧର ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ ସହ ବନ ମହୋତ୍ସବ ସମ୍ପର୍କରେ ପିଲାଙ୍କୁ ସଚେତନ କରାଯାଇ ଆସୁଥିବା କହିଥିଲେ । ସ୍କୁଲର ଉପାଧ୍ୟକ୍ଷ ଲଲାଟେନ୍ଦୁ ମହାନ୍ତି ଅନ୍ୟତମ ଅତିଥି ଭାବେ ମଂଚାସୀନ ଥିଲେ । ଏହି ଅବସରରେ ପିଲାଙ୍କ ପକ୍ଷରୁ ବୃକ୍ଷ ଛେଦନର ପ୍ରଭାବ, ଔଷଧୀୟ ବୃକ୍ଷର ଆବଶ୍ୟକତା, ପରିବେଶ ସୁରକ୍ଷା ଓ ବୃକ୍ଷରୋପଣ ପ୍ରଭୃତି ସମ୍ପର୍କରେ ଛାତ୍ରଛାତ୍ରୀ ମାନେ କ୍ଷୁଦ୍ର ନାଟକମାନ ସୁନ୍ଦର ଢଙ୍ଗର ପରିବେଷଣ କରିଥିଲେ । ପୂର୍ବରୁ ଅନୁଷ୍ଠିତ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏଥିସହ ସ୍କୁଲ ପରିସରରେ ଅତିଥି ମାନେ ଚାରାରୋପଣ କରିଥିଲେ । ଇକୋ କ୍ଲବର ସଂଯୋଜିକା ଓ ସ୍କାଉଟ୍‌ ଗାଇଡ଼ ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷୟତ୍ରୀ ଶୁଭ୍ରା ମିଶ୍ର ସଂଯୋଜନା କରିଥିଲେ । ଶେଷରେ ଶିକ୍ଷୟତ୍ରୀ ପୂର୍ଣ୍ଣିମା ମୁଖି ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.