ତୁଷୁରା, (କେପିଏନ୍ଏସ୍) : ସରକାରୀ ପ୍ରାଥମିକ ବିଦ୍ୟାଳୟ ରୁଗୁଡ଼ିପାଲି ଠାରେ ଡାହିମାଲ କ୍ଲଷ୍ଟରର ଷଷ୍ଠ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ପ୍ରଧାନ ଶିକ୍ଷକ ଓ ଏଫ୍ଏଲ୍ଏନ୍ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ ନେଇ ବର୍ଣ୍ଣାଢ଼୍ୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ଥାନୀୟ ସିଆର୍ସିସି ପ୍ରହଲ୍ଲାଦ ଦଣ୍ଡସେନା ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନର ନଭେମ୍ବର ମାସର ଏଜେଣ୍ଡା ଉପରେ ଆଲୋଚନା କରିଥିଲେ । କ୍ଲଷ୍ଟର ସମସ୍ତ ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଏଫ୍ଏଲ୍ଏନ୍ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ବୈଠକ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ପ୍ରଧାନ ଶିକ୍ଷକ ମନୋରଞ୍ଜନ ଭୋଇ, ଶଶି ଭୋଇ, କ୍ରିଷ୍ଣା ଭୋଇ, ଜଗବନ୍ଧୁ ଭୋଇ ପ୍ରମୁଖ ଯୋଗଦେଇ ନିଜସ୍ୱ ମତ ପୋଷଣ କରିଥିଲେ । ପର୍ଯ୍ୟବେକ୍ଷକ ଭାବେ ଗୁଡଭେଲା ବ୍ଲକର କାର୍ଯ୍ୟରତ ସଂଯୋଜିକା ତଥା ଡାଏଟ୍ ପ୍ରଶିକ୍ଷିକା ସାମ୍ରାଜ୍ଞୀ ଐଶ୍ଚର୍ଯ୍ୟା ମିତ୍ରା ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନର ଉଦ୍ଦିଷ୍ଟ ଶିକ୍ଷଣ ସୋପାନ ଓ କ୍ୟାରିଅର ମାର୍ଗଦର୍ଶନ ୱେବ୍ସାଇଟ୍ ଉପରେ ସଂଦେହ ମୋଚନ କରିବା ସହ ସୁଚିନ୍ତିତ ମତାମତ ଦେଇ ସମସ୍ତଙ୍କୁ ଉତ୍ସାହିତ ଓ ପ୍ରେରଣା ଦେଇଥିଲେ । ପ୍ରଧାନ ଶିକ୍ଷକ ପୁରୁଷୋତ୍ତମ ଭୋଇ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ପୀତବାସ ମହାଲିଙ୍ଗ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷୟତ୍ରୀ ଅହଲ୍ୟାଣୀ ସାହୁ ମୋଳିକ ସାକ୍ଷରତା ଓ ଶିକ୍ଷକ ହେମସାଗର ଷଡ଼ଙ୍ଗୀ ସଂଖ୍ୟା ଜ୍ଞାନ ଉପରେ ଶିକ୍ଷାଦାନ ଦେଇଥିଲେ ।