ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ତୁଷୁରାର ପୂର୍ବଛାତ୍ର ସମ୍ମିଳନୀ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ତୁଷୁରାର ପୂର୍ବଛାତ୍ର ସମ୍ମିଳନୀ ବିଦ୍ୟାଳୟ ପରିଚାଳନା ସମିତିର ସଂପାଦକ ବେଣୁଧର ମନହୀରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ପ୍ରତିଷ୍ଠାତା ପ୍ରଧାନ ଆଚାର୍ଯ୍ୟ ଜବରସିଂ ବନଛୋର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର ସ୍ଥାପନାର ଇତି ବୃତାନ୍ତ ତଥା ‘ସ୍ୱାବଲମ୍ବୀ ଭାରତ ଗଠନରେ ପୂର୍ବଛାତ୍ରର ଭୂମିକା’ ଶୀର୍ଷକ ପ୍ରସଂଗ ଉପରେ ଆଲୋକପାତ କରିଥିଲେ । ତାଙ୍କୁ ବିଦ୍ୟାଳୟ ତରଫରୁ ଅଙ୍ଗବସ୍ତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟବକ୍ତା ଭାବେ ତୁଷୁରା ସଂକୁଳ ପ୍ରମୁଖ ହେମନ୍ତ କୁମାର ଦାଶ ଯୋଗଦେଇ ପୂର୍ବ ଛାତ୍ରମାନଙ୍କୁ ବିଦ୍ୟାଳୟର ଭବିଷ୍ୟତ ବୋଲି ଅଭିହିତ କରିବା ସହ ପୂର୍ବଛାତ୍ର ପରିଷଦ ଗଠନର ଉଦ୍ଦେଶ୍ୟ ଓ ଦାୟିତ୍ୱ ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ପ୍ରଧାନ ଆଚାର୍ଯ୍ୟ ସୁଶୀଳ କୁମାର ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଦସ୍ୟା ରଶ୍ମିତା ବାଗ ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକ ପ୍ରାରମ୍ଭରେ ଅନୁଷ୍ଠାନର ପୂର୍ବତନ କାର୍ଯ୍ୟକର୍ତ୍ତା ସ୍ୱର୍ଗତ ଜିତମଲ ଜୈନ, ସାଧୁ ଚରଣ ପ୍ରଧାନ ଓ ଓମ୍‌ପ୍ରକାଶ ଶର୍ମାଙ୍କ ଅମର ଆତ୍ମାର ସଦଗତି କାମନା କରି ୨ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା । ବରିଷ୍ଠ ଆଚାର୍ଯ୍ୟା ସୌଦାମିନୀ ଷଡଙ୍ଗୀ, ହେମବନ୍ତୀ ଭାଟି ବରିଷ୍ଠ ଆଚାର୍ଯ୍ୟ ସୁରେଶ ଚନ୍ଦ୍ର ସାହୁ, ସୁଶୀଳ କୁମାର ମେହେର ଓ ବୃନ୍ଦାବନ ମେହେର, ପୂର୍ବଛାତ୍ର ଦିଲୀପ ସାହୁ, ପୂର୍ବଛାତ୍ରୀ ମନ୍ଦାକିନୀ ବାଗ, ସେବକ କୀର୍ତ୍ତନ ଭଣ୍ଡା ଓ ପିଲୁ ଧରୁଆ ସହଯୋଗ କରିଥିଲେ । ସଭା ଶେଷରେ ପୂର୍ବଛାତ୍ର ପରିଷଦ ଗଠନ କରାଯାଇଥିଲା । ସର୍ବ ସମ୍ମତିକ୍ରମେ ସଂଯୋଜକ ଭାବେ ଦେବାଶିଷ ମହାପାତ୍ର, ପ୍ରଚାର ପ୍ରମୁଖ ଲିସନ କୁମାର ପ୍ରଧାନ, କାର୍ଯ୍ୟକ୍ରମ ପ୍ରମୁଖ ଦେବବ୍ରତ ପାଣିଗ୍ରାହୀ, ସେବା ପ୍ରମୁଖ ଆଶୁତୋଷ କେଡିଆ, ଡାକ୍ତରୀ ପୂର୍ବଛାତ୍ର ପ୍ରମୁଖ ଖୁସବୁ ଶର୍ମା, ସାଂସ୍କୃତିକ ପ୍ରମୁଖ ହରିଶଙ୍କର ବାଗ, ସଂସ୍କାର କେନ୍ଦ୍ର ପ୍ରମୁଖ ଅରୁଣ ଶର୍ମା, ଆଇଟି ସେକ୍ଟର ପୂର୍ବଛାତ୍ର ରୂପେଶ କୁମାର ମେହେର, ବିଦ୍ୟା ଭାରତୀ ପଞ୍ଜିକରଣ ପ୍ରମୁଖ ମୀନ କେତନ ମେହେର, ବ୍ୟବସାୟୀ ଉଦ୍ୟୋଗ ପ୍ରମୁଖ ଅମିତ ଜୈନ, ପରିବେଶ ପର୍ଯ୍ୟାବରଣ ପ୍ରମୁଖ ଭାବେ ସୋମନାଥ ସାହୁଙ୍କୁ ସର୍ବ ସମ୍ମତିକ୍ରମେ ମନୋନୀତ କରାଯାଇଥିଲା ।

Leave A Reply

Your email address will not be published.