ସୁବର୍ଣ୍ଣଦୀପର ନୂଆଁଖାଇ ସମ୍ମାନ ଉତ୍ସବ ଅନୁଷ୍ଠିତ

ବରଗଡ଼, (ନିରୋଜ କୁମାର ପାଣୀ) : ଇଣ୍ଟରନେଟ୍‌ ଯୁଗରେ ୩୦ ବର୍ଷରୁ ଅଧିକ ସମୟ ଯୁଗୋପଯୋଗୀ ସୁବର୍ଣ୍ଣଦୀପ ଶିଶୁ କିଶୋର ପତ୍ରିକା ବରଗଡ଼ ଜିଲ୍ଲାରୁ ନିୟମିତ ଭାବେ ପ୍ରକାଶ ପାଇବା ସହିତ ଲେଖକ, ଲେଖିକାଙ୍କୁ ନୂଆଁଖାଇ ଲେଖା ପ୍ରକାଶ ପାଇଁ ସୁଯୋଗ ଦେଇ ଅନୁଷ୍ଠିତ ଏକ ଲେଖକ, ଲେଖିକା ସମ୍ମିଳନୀରେ ନୂଆଁଖାଇ ସମ୍ମାନ ପ୍ରଦାନ କରିବା ବରଗଡ଼ ଜିଲ୍ଲା ତଥା ପଶ୍ଚିମ ଓଡିଶା ପାଇଁ ଗର୍ବ ଓ ଗୌରବର ବିଷୟ ଅଟେ ବୋଲି ମୁଖ୍ୟ ଅତିଥି ବରିଷ୍ଠ ସାମ୍ବାଦିକ ନିରଞ୍ଜନ ତ୍ରିପାଠୀ ମତବ୍ୟକ୍ତ କରିଛନ୍ତି । ଏକ ମନୋଜ୍ଞ ଲେଖକ ଲେଖିକା ସମ୍ମିଳନୀରେ ବରଗଡ଼ ସ୍ଥିତ ବାପୁଜୀ ସ୍କୁଲ ଠାରେ ସୁବର୍ଣ୍ଣଦୀପ ପକ୍ଷରୁ ଆୟୋଯିତ ସୁବର୍ଣ୍ଣଦୀପ ନୂଆଁଖାଇ ସଂଖ୍ୟାରେ ଲୋକାର୍ପଣ ଓ ସୁବର୍ଣ୍ଣଦୀପ ଲେଖା ସମ୍ମାନ ପ୍ରଦାନ ଉତ୍ସବ ପ୍ରଧାନ ଶିକ୍ଷକ କିଶୋର କୁମାର ସାହୁ ତଥା ସ୍କୁଲ କର୍ମଚାରୀଙ୍କ ପରିଚାଳନାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟବକ୍ତା ଭାବେ ସୁସାହିତ୍ୟିକ ମନୋରଞ୍ଜନ ମେହେର ଯୋଗଦେଇ ଥିବା ବେଳେ, ସହ ସମ୍ପାଦକ ଅଧ୍ୟାପକ ନବକୃଷ୍ଣ ମିଶ୍ର ଅତିଥି ପରିଚୟ ପ୍ରଦାନ ସହ ସଂଯୋଜନା ଦାୟିତ୍ଵ ତୁଲାଇଥିଲେ । ସମ୍ପାଦକ ପ୍ରଦୀପ ଭାନୁ ମହାନ୍ତି ସମ୍ପାଦକୀୟ ପଠନ କରିଥିବା ବେଳେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ବାଳକୃଷ୍ଣ ମିଶ୍ର ସଭାରେ ସଭାପତିତ୍ୱ କରିଥିଲେ । ଏହି ଅବସରରେ ୩୦ ଜଣ ନୂଆଁଖାଇ ଲେଖକ, ଲେଖିକାଙ୍କୁ ସମ୍ମାନିତ କରାଯାଇଥିଲା । ବରଗଡ଼, ବିଜେପୁର ତଥା ସୁଦୂର ଟିଟିଲାଗଡ଼ରୁ ଲେଖକ, ଲେଖିକା ଗୀତାରାଣୀ ମହନ୍ତ, ରାଧାରାଣୀ ପଟ୍ଟନାୟକ, ସନ୍ତୋଷିନୀ ଦାଶ, ଅଞ୍ଜଳୀ ଆଚାର୍ଯ୍ୟ, ତପସ୍ଵିନୀ ମହାପାତ୍ର, ମିନତୀ ଦାଶ, ପୁଷ୍ପାଞ୍ଜଳି ପ୍ରଧାନ, ବି. ସଞ୍ଚିତା ପାତ୍ର, ପୁନମ ମାଝୀ, ସଙ୍ଗୀତା ଦୀପ, ମୌସୁମୀ ଦାଶ, ସୁପ୍ରଭା ସାମଲ, ପାର୍ବତୀ ଦାଶ, ପୁଷ୍ପାଞ୍ଜଳୀ ପଣ୍ଡା, ନମୀତା ପଟ୍ଟନାୟକ, କବିତା କୁମୁଦ ମେହେର, ସାଗରୀକା ପାଣିଗ୍ରାହୀ, ହୈମବତୀ ମିଶ୍ର, ବାସନ୍ତୀ ଗୁରୁ, ସଂଯୁକ୍ତ ପ୍ରଧାନ, ମୀନା ପଣ୍ଡା, ରୁବି ମାଝୀ, ଭୂମିସୁତା ସାହୁ, ଶେଖ୍ ମୁନତାଜ୍ ଖାତୁନ୍, ଦୁଃଖି ସେବକ ସାହୁ, ଶ୍ରୀକାନ୍ତ କିଶୋର ଷଡ଼ଙ୍ଗୀ, ପ୍ରମୋଦ କୁମାର ଆଚାର୍ଯ୍ୟ ପ୍ରମୁଖଙ୍କୁ ଭବ୍ୟ ସମାରୋହରେ ସମ୍ମାନିତ କରାଯାଇଥିଲା । ନୃତ୍ୟ ସଙ୍ଗୀତ କାର୍ଯ୍ୟକ୍ରମରେ ରୋଶନ ମେହେରଙ୍କ ସହ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟ ଓ ଖଜୁରଟିକ୍ରା ସ୍କୁଲର ପ୍ରଜ୍ଞା ପରମୀତା ମାଝୀ, ପ୍ରିୟଙ୍କା ପ୍ରିୟଦର୍ଶିନୀ ବେହେରା ପ୍ରମୁଖ ସଭାରେ ତାଙ୍କ ଯାଦୁ ପ୍ରଦର୍ଶିତ କରିଥିଲେ । ଶୁଭେଚ୍ଛୁ ଯୁବ ଯାଦବ ସମାଜର ସଭାପତି ପ୍ରଦୀପ୍ତ ଥପ୍ପା ସୁବର୍ଣ୍ଣଦୀପର ପ୍ରକାଶନ ସମ୍ପର୍କରେ ମତପ୍ରଦାନ କରିଥିଲେ । ଶେଷରେ ଶିକ୍ଷକଙ୍କୁ କବି ଅରବିନ୍ଦ ଗୁପ୍ତା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.