ଛତ୍ରପୁର ସରକାରୀ ଆଇଟିଆଇରେ ନଶା ମୁକ୍ତି ଭାରତ ଅଭିଯାନ କର୍ମଶାଳା ଅନୁଷ୍ଠିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ନୀଳାଚଳ ସେବା ପ୍ରତିଷ୍ଠାନ, ଦୟାବିହାର, କଣାସ, (ପୁରୀ ଜିଲ୍ଲା) ସୌଜନ୍ୟରେ ଏବଂ ନିଶାନିବାରଣ କେନ୍ଦ୍ର(ନବଜୀବନ-୨) ଛତ୍ରପୁର ଆନୁକୁଲ୍ୟରେ ନଶା ମୁକ୍ତି ଭାରତ ଅଭିଯାନ କର୍ମଶାଳା ସୋମବାର ଆୟୋଜିତ ହୋଇଯାଇଛି । ଛତ୍ରପୁର ସରକାରୀ ଶିଳ୍ପ ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ଏହି ନଶାମୁକ୍ତି କର୍ମଶାଳାରେ କର୍ମଶାଳାରେ ଶିଳ୍ପାନୁଷ୍ଠାନର ଶତାଧିକ ଛାତ୍ରଛାତ୍ରୀ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଛତ୍ରପୁର ସରକାରୀ ଶିଳ୍ପାନୁଷ୍ଠାନର ଅଧ୍ୟକ୍ଷ ସରୋଜ କୁମାର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ନିଶାର ଅପକାରିତା ଉପରେ ତାତ୍ୱିକ ଆଲୋଚନା କରିଥିଲେ । ନୋଡାଲ ଅଫିସର ତଥା ଛତ୍ରପୁର ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଜଗନ ମୋହନ ସେନାପତି ପ୍ରମୁଖ ବହୁ ଅତିଥି ଯୋଗଦେଇ ନିଶା ନିବାରଣ ଉପରେ ସଚେତନା ପାଇଁ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ । ଶେଷରେ ସମସ୍ତ ଛାତ୍ରଛତ୍ରୀ ମାନଙ୍କୁ ଭବିଷ୍ୟତରେ କିପରି ନିଶା ସେବନରୁ ଦୂରେଇ ରହିବେ ସେ ଦିଗରେ ଶପଥ ପାଠ କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ନବଜୀବନ-୨ର ପ୍ରକଳ୍ପ ସଂଯୋଜକ ବିଶ୍ୱକେସନ୍ ଛାଟୋଇଙ୍କ ସମେତ କେନ୍ଦ୍ରର କର୍ମଚାରୀ ମାନେ ଉପସ୍ଥିତ ଥିଲେ । ପରେ ପରେ ସ୍ଥାନୀୟ ପୋଲିସ ହାଇସ୍କୁଲର ଛାତ୍ରଛାତ୍ରୀଙ୍କୁ ନେଇ ଏକ ଶୋଭାଯାତ୍ରାରେ ବାହାରି ବିଭିନ୍ନ ପ୍ରକାର ଆଣ୍ଟି ଡ୍ରଗସ୍‌ ସ୍ଲୋଗାନ ଦେଇ ଶାନ୍ତିନଗର, କୋର୍ଟଷ୍ଟେସନ୍ ସାହି ପରିକ୍ରମା କରିଥିଲେ ।

Leave A Reply

Your email address will not be published.