ରୋଷେୟା ସଂଘର ସାଧାରଣ ବୈଠକ ଅନୁଷ୍ଠିତ

ବଲାଙ୍ଗିର,(ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ନର୍ସରୀ ଠାରେ ଅଭିବକ୍ତ ବଲାଙ୍ଗିର ଓ ସୋନପୁର ଜିଲ୍ଲାର ରୋଷେୟା ସଂଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବସନ୍ତ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ମହାମାରୀ ସମୟରେ ରୋଷେୟାମାନଙ୍କ ପ୍ରତି ସରକାର ତଥା ଜିଲ୍ଲା ପ୍ରଶାସନର ଅଣଦେଖା ଉପରେ ସଂଘ କ୍ଷୋଭ ପ୍ରକାଶ କରିଛି । କୋଭିଡ ଯୋଗୁଁ ବିଭିନ୍ନ ସାମାଜିକ ଅନୁଷ୍ଠାନ ଉପରେ ସରକାର ରୋକ ଲଗାଇଥିବା ବେଳେ ଅନେକ ରୋଷେୟା ନିଜର ରୋଜଗାର ହରାଇ ବସିଛନ୍ତି । କିନ୍ତୁ ରୋଷେୟାମାନଙ୍କ ବାରମ୍ବାର ଗୁହାରୀ ପରେ ମଧ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ ରୋଷେୟାମାନଙ୍କୁ କୌଣସି ସହୟାତା ପ୍ରଦାନ ନ କରିବା ଅତ୍ୟନ୍ତ ଦୁଃଖର ବିଷୟ । ଆଗାମୀ ଦିନରେ ସଂଘ ଏ ଦିଗରେ ପୁଣିଥରେ ଜିଲ୍ଲ୍‌ା ପ୍ରଶାସନ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବ । ଏହା ସତ୍ୱେ ଦାବୀ ପୁରଣ ନହେଲେ ସଂଘ ଆନ୍ଦୋଳନାତ୍ମକ ପଥ ଗ୍ରହଣ କରିବ । ସେହିପରି ଆଜିର ସଭାରେ ସର୍ବସମ୍ମତି କ୍ରମେ ପାରିତ ହୋଇଥିବା ପ୍ରସ୍ତାବ ଯଥା ସଂଘର ସରକାରୀ ପଞ୍ଜିକରଣ, ନୂତନ ସଭ୍ୟ ଗ୍ରହଣ, ଅଫିସ ଗୃହ ଓ ରୋଷେୟା ସୁରକ୍ଷା ପାଣ୍ଠି ପୁରଣ ଦିଗରେ ସଂଘ ବିଶେଷ ପ୍ରୟାସ କରିବ ବୋଲି ସଂଘର ସଂପାଦକ ଗୋକୁଳାନନ୍ଦ ମିଶ୍ର କହିଛନ୍ତି । ଆଜିର ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ସଂଘର ଉପଦେଷ୍ଟା ସାଂବାଦିକ ବାବୁ ପୁଜାରୀ, ଉପ ସଭାପତି ଆକୁଳି ରଥ , କୋଷାଧକ୍ଷ୍ୟ ଗଦାଧର ପଣ୍ଡା, ରମେଶ ମିଶ୍ର, ରମାକାନ୍ତ ମିଶ୍ର,ଦିବାକର ମିଶ୍ର, ଗିରିଶ ମିଶ୍ର, ସୁମନ୍ତ ମିଶ୍ର, ସୁରଥ ମିଶ୍ର, ବାବୁଲି ମିଶ୍ର, ନବୀନ ମିଶ୍ର, କପିଲେଶ୍ୱର ମିଶ୍ର ଓ ସତ୍ୟ ନାରାୟଣ ସାବତ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ବିଜୟ ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।

Leave A Reply

Your email address will not be published.