centurian jitm

ଶ୍ରୀରାମ ମନ୍ଦିରର ରତ୍ନମୁଦ ଉତ୍ସବ ଅନୁଷ୍ଠିତ

nschool

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗୋଡ଼ାଳ ଠାରେ ମହାଆଡ଼ମ୍ବର ସହ ଶ୍ରୀରାମ ମନ୍ଦିର ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସକାଳୁ ଭବ୍ୟ କଳସ ଶୋଭାଯାତ୍ରା ସହ ସାହାଡ଼ାଗଛ ପୂଜା, ମାଟି ପୂଜା, କଳସ ପୂଜା, ହୋମଯଜ୍ଞ ଆଦି କାର୍ଯ୍ୟକ୍ରମ ସମାପନ ହୋଇଥିଲା ଏବଂ ମୁଖ୍ୟ ଆଚାର୍ଯ୍ୟ ପଣ୍ଡିତ ମାନଙ୍କ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟ ସମାପନ ହୋଇଥିଲା । ୨୦୨୩ ମସିହାରେ ଏହି ମନ୍ଦିର ନିର୍ମାଣ ଆରମ୍ଭ ହୋଇ ଥିବାବେଳେ ବୁଧବାର ଦିନ ରତ୍ନମୁଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ରତ୍ନମୁଦ ଉତ୍ସବରେ ଖଡ଼ିଆଳ ବିଧାୟକ ଅଧୀରାଜ ମୋହନ ପାଣିଗ୍ରାହୀ, କଳାହାଣ୍ଡି ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ, ରବୀନ୍ଦ୍ର ନାଥ ଯୋଶୀ, କିଶୋର ଚନ୍ଦ୍ର ଯୋଶୀ, ଅଶ୍ୱିନ କୁମାର ଯୋଶୀ ଯୋଗଦାନ କରି ଗାଁର ମହିଳା ପୁରୁଷଙ୍କ ସମେତ ଆଖପାଖ ଗାଁର ଭକ୍ତ ମାନଙ୍କ ସହ ଧାନ, ପଇସା, ସୁନା, ରୁପା, ପିତ୍ତଲ, ଚାଉଳ ଦେଇ ରତ୍ନାମୁଦ କାର୍ଯ୍ୟ ସମାପନ କରିଛନ୍ତି । ଶ୍ରୀରାମ ମନ୍ଦିର ନିର୍ମାଣରେ ମୁଖ୍ୟ ମହାରଣା ଭାବରେ ମକରଧ୍ଵଜ ସା, କପିଳ ସା ଓ ତାଙ୍କ ସହଯୋଗୀ ମାନେ କାର୍ଯ୍ୟ କରୁଛନ୍ତି । ଏଥିରେ କର୍ତ୍ତା ଭାବରେ ବାସୁଦେବ ପଟେଲ ସହଧର୍ମିଣୀ କୁନ୍ତଳା ପଟେଲ ଦାୟିତ୍ୱ ନିର୍ବାହ କରୁ ଥିବାବେଳେ, ପୂଜକ ଭାବରେ ପ୍ରମୋଦ କୁମାର ଯୋଶୀ ମନ୍ତ୍ରପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ କମିଟିର ସଭାପତି ତପନ କୁମାର ପଟେଲ, ସମ୍ପାଦକ ନିଖିଳ ଚନ୍ଦ୍ର ପଟେଲ, କୋଷାଧ୍ୟକ୍ଷ କୁମ୍ଭ ପଟେଲଙ୍କ ସମେତ ସୁଦର୍ଶନ ପଟେଲ, ପୁନର୍ଜିତ ପଟେଲ, ସୁଦର ପଟେଲ, ଦୁର୍ବଳ ପଟେଲ, ଅମିତ ପଟେଲ, ଗୋବିନ୍ଦ ପଟେଲ, ମୁନା ପଟେଲ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.