ବାହାନଗା ଟ୍ରେନ ଦୁର୍ଘଟଣାକୁ ବର୍ଷେ : ଗୋଟିଏ ଝଟ୍‌କାରେ ଚାଲି ଯାଇଥିଲା ଅନେକ ଜୀବନ

ବାଲେଶ୍ୱର : ବାହାନଗା ଟ୍ରେନ ଦୁର୍ଘଟଣାକୁ ବର୍ଷେ । ଖଡଗପୁର ଡିଭିଜନ ଅନ୍ତର୍ଗତ ବାଲେଶ୍ୱର ଜିଲ୍ଲାର ବାହାନଗାଠାରେ ୨୦୨୩ ଜୁନ୍ ୨ ତାରିଖ ସନ୍ଧ୍ୟା ୬.୪୦ରେ ଘଟିଥିଲା ଏକ ଛାତିଥରା ଟ୍ରେନ ଦୁର୍ଘଟଣା । ଚାହୁଁ ଚାହୁଁ ବାହାନଗା ସିରିଜ୍ ଟ୍ରେନ୍ ଟ୍ରାଜେଡିକୁ ବର୍ଷେ ପୁରିଲା । ଗତବର୍ଷ ଠିକ୍ ଆଜିର ଦିନରେ ବାହାନଗାରେ ଘଟିଥିଲା ଭୟଙ୍କର ଟ୍ରିପିଲ ଟ୍ରେନ୍ ଦୁର୍ଘଟଣା । ସେହିଦିନର ଶୁକ୍ରବାରରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣା ସାରା ବିଶ୍ୱରେ ଚହଳ ପକାଇଥିଲା । କରମଣ୍ଡଳ ଏକ୍ସପ୍ରେସ ସହ ମାଲବୋଝେଇ ଟ୍ରେନ୍ ଏବଂ ଜସୱନ୍ତପୁର ହାଓ୍ୱଡା ଟ୍ରେନ୍ ଦୁର୍ଘଟଣାରେ ୨୯୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହା ସହ ୧୨ ଶହରୁ ଅଧିକ ଲୋକ ଆହତ ମଧ୍ୟ ହୋଇଥିଲେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦୁର୍ଘଟଣାର କାରଣ ଖୋଜୁଛି ସିବିଆଇ । ସେଦିନରେ ଶବର ପାହାଡ ଗଦା ଭିତରେ ପରିଚୟ ଖୋଜୁଥିବା ଲୋକଙ୍କ ମନରୁ ଏଯାଏଁ ଲିଭିନି ଦୁଃଖ । ସେହିଦିନର କାଳ ରାତିକୁ ଏବେବି ଭୁଲି ପାରିନାହାଁନ୍ତି ବାହାନଗାବାସୀ । ଧକ୍କା ଏତେ ଭୟଙ୍କର ଥିଲା ଯେ, ଅନ୍ୟ ଟ୍ରାକ୍‌ରେ ଆସୁଥିବା ଯଶୋବନ୍ତପୁର ଏକ୍ସପ୍ରେସର ଶେଷ ଦୁଇ ବଗିରେ ବାଜିଥିଲା । ଯାହାକି ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ ଘୋଷାରି ହୋଇଯାଇଥିଲା । ଫଳରେ ବଗି ଉପରେ ବଗି ଚଢ଼ିଯାଇଥିଲା । ବହୁ ଯାତ୍ରୀଙ୍କର ଆର୍ତ୍ତ ଚିତ୍କାର କିଲୋମିଟର କିଲୋମିଟର ପର୍ଯ୍ୟନ୍ତ ଶୁଣାଯାଇଥିଲା । ଦୁର୍ଘଟଣାରେ ୯୦୦ ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଶହ ଶହ ସଂଖ୍ୟାରେ ଶବ ବିଛାଡ଼ି ହୋଇ ପଡ଼ିଯାଇଥିଲା । ପାଖାପାଖି ୧୭ଟି ବଗି ଦୁର୍ଘଟଣାଗ୍ରସ୍ତ ହୋଇଥିଲା

Leave A Reply

Your email address will not be published.