ଅତି ଶୀଘ୍ର ଲାଠୋର ଡାକ୍ତରଖାନାରେ ଏମବିବିଏସ୍ ଡାକ୍ତର ନିଯୁକ୍ତି ନକଲେ ଆନ୍ଦୋଳନ ହେବ : ଗ୍ରାମବାସୀ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଖପ୍ରାଖୋଲ ବ୍ଲକ ଲାଠୋର ଡ଼ାକ୍ତରଖାନାରେ ଦୀର୍ଘ ଛଅ ମାସ ହେଲାଣି ଏମ୍ ବି ବିଏସ୍ ଡାକ୍ତର ପଦବୀ ଖାଲି ପଡ଼ିଛି । ଡାକ୍ତର ନଥିବାରୁ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଡାକ୍ତର ନିଯୁକ୍ତି ପାଇଁ ବାରମ୍ବାର ଦାବୀ ହେଉଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଏନେଇ ଲାଠୋର ଗ୍ରାମବାସୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରି ୧୫ ଦିନ ମଧ୍ୟରେ ଡାକ୍ତର ନିଯୁକ୍ତି ନଦେଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି । ଇତି ମଧ୍ୟରେ ୧୧ ଦିନ ବିତି ଯାଇଥିଲେ ମଧ୍ୟ ଡାକ୍ତର ନିଯୁକ୍ତି ଉପରେ କୈାଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବା ଯୋଗୁଁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଏନେଇ ଦୂର୍ଗା ଚରଣ ବେହେରାଙ୍କ ନେତୃତ୍ୱରେ ଲାଠୋର ଦୂର୍ଗା ମଣ୍ଡପ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ସରପଞ୍ଚ ପ୍ରବୀଣ ଅଗ୍ରୱାଲ, ସମିତି ସଭ୍ୟ ପ୍ରକାଶ ମେହେର, ପୂର୍ବତନ ସରପଞ୍ଚ ସନ୍ତୋଷ ଭଇଁସାଲ, ଗୈରାଙ୍ଗ ସୁନା, କାଶିନାଥ ମେହେର, ଅନିରୁଦ୍ଧ ମେହେର, ସୁଶିଲ ଅଗ୍ରୱାଲ, ଏଲ୍ ଡି ଏ ର ଲବ ସୁନା ପ୍ରମୁଖ ଉପସ୍ଥିତ ଥିଲେ । ସରକାର ତୁରନ୍ତ ଡାକ୍ତର ନିଯୁକ୍ତି ନକଲେ ଜୋରଦାର ଆନ୍ଦୋଳନ କରିବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.