pr

ମହିଳା ମହାବିଦ୍ୟାଳୟ କର୍ମଚାରୀଙ୍କ ଆନ୍ଦୋଳନ ଜାରି

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବଲାଙ୍ଗିର ମହିଳା ମହାବିଦ୍ୟାଳୟ ହଷ୍ଟେଲରେ ଅଚଳାବସ୍ଥା ଜାରି, ଯୁକ୍ତି ଯୁକ୍ତ ମଜୁରି ଓ ବହିଷ୍କାର ହୋଇଥିବା କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଏବଂ ବନ୍ଦ ଥିବା ହଷ୍ଟେଲକୁ ତୁରନ୍ତ ଖୋଳିବା ଦାବୀରେ ୟୁନିଟାଇଟେଡ ଟ୍ରେଡ ୟୁନିୟନ ଅଫ୍‌ ବଲାଙ୍ଗିର ନେତୃତ୍ୱରେ ହଷ୍ଟେଲ କର୍ମଚାରୀମାନେ ଜାରି ରଖିଥିବା ଧାରଣା ଗତକାଲି ତୃତୀୟ ଦିବସରେ ପହଞ୍ଚିଛି । ଗତକାଲି କର୍ମଚାରୀମାନଙ୍କ ଧାରଣା ବିଭିନ୍ନ ଶ୍ରମିକ ସଂଗଠନ ଯଥା ଏଆଇଟିୟୁସି, ଓଡିଶା ଫରେଷ୍ଟ ଏଣ୍ଡ ଏଗ୍ରିକଲଚର ଏବଂ ବିଲଡିଂ ୟୁନିୟନ, ୱାରକର୍ସ ୟୁନିୟନ, ଚାଷୀ ସଂଗଠନ, କୃଷକ ସଂଘର୍ଷ ସମିତି, ପାଚିକା, ନିଖିଳ ଓଡିଶା ଆଶାକର୍ମୀ ସଂଘ, ନାରିକ କମିଟିର ସଂପାଦକ ମନରଂଜନ ସାହୁ, ଜିଲ୍ଲା ଓବିସି ମଂଚରୁ ପୂର୍ଣ୍ଣ ବିଶ୍ୱାଲ, ସତ୍ୟ ବନଛୋର, ଭିଲେଜର୍ସ ଇଣ୍ଡିଆ ପାର୍ଟିର ରାଜ୍ୟ ଅଧ୍ୟକ୍ଷ ବିପିନ କୋସଲିଆ, ଏଆଇଟିୟୁସିର ଜିଲ୍ଲା ଉପସଭାପତି ତିର୍ଥ ପଧାନ, କୃଷକ ସଂଘର୍ଷ ସମିତିର ମଧୁସୂଦନ କ୍ଷେତି, ପଶ୍ଚିମ ମିଳିତ ଶ୍ରମିକ କର୍ମଚାରୀ ସଂଘ ଉପସଭାପତି ରବି ମିଶର, ବିଶିଷ୍ଟ ସମାଜସେବୀ ବିନୋଦ କାଲସାଏ, ପ୍ରିତମ ଠାକୁର ଏବଂ ତିଲୋଚମା ତାଣ୍ଡି, ସବିତା ପୁରୋହିତ, ନଳିନୀ ନାଏକ ଓ ସମସ୍ତ କର୍ମଚାରୀ ପ୍ରମୁଖ ଯୋଗ ଦେଇ ଜିଲ୍ଲା ପ୍ରଶାସନ ଏବଂ କଲେଜ କର୍ତ୍ତୃପକ୍ଷଙ୍କ ମନମୁଖି ଶାସନ ବିରୋଧରେ ତୀବ୍ର ନିନ୍ଦା କରିଥିଲେ । ସଂଗଠନ ପକ୍ଷରୁ ପ୍ରକାଶ ଦାବୀ ହାସଲ ନ ହେବା ପର୍ଯ୍ୟନ୍ତ ଅନ୍ୟାୟ ବିରୋଧରେ ଲଢେଇ ଜାରି ରହିବ ବୋଲି କୁହାଯାଇଛି ।

nrusinghnath
Leave A Reply

Your email address will not be published.