
ତୁଷୁରା, (କେପିଏନ୍ଏସ୍) : ନିଷାନ୍ ସାହିତ୍ୟ ସଂସଦ ତୁଷୁରା, ବଲାଙ୍ଗିର ଆନୁକୂଲ୍ୟରେ ରବିବାର ଅପରାହ୍ନ ୫ ଘଟିକା ସମୟରେ ‘ସନ୍ଥକବି ଭୀମ ଭୋଇ’ ଶୀର୍ଷକ ଆଲୋଚନା ଚକ୍ର ଓ କବିତା ଆସର ନିଷାନ୍ର ସଭାପତି ଶ୍ୟାମସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତା ଓ ନିଷାନ୍ର ପ୍ରତିଷ୍ଠାତା ସଂପାଦକ ଆଶୁକବି ହେମନ୍ତ ଦାଶଙ୍କ ସଭା ସଞ୍ଚାଳନରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ରୂପେ ବିଶିଷ୍ଟ ସାହିତ୍ୟିକ, ବରେଣ୍ୟ ଶିକ୍ଷକ ତଥା ବରିଷ୍ଠ ଆଲୋଚକ ବନବାସ ମେହେର ଯୋଗଦେଇ ‘ସନ୍ଥକବି ଭୀମଭୋଇ’ଙ୍କ ଜୀବନ ବୃତାନ୍ତ ଅତି ନିଖୁଣ ଭାବେ ବଖାଣିଥିଲେ । ବରେଣ୍ୟା କବୟିତ୍ରୀ ବିନିକା ମହିଳା ମହାବିଦ୍ୟାଳୟର ଗୃହ ବିଜ୍ଞାନ ବିଭାଗର ଅଧ୍ୟାପିକା ଶ୍ରୀମତୀ ବୈଜୟନ୍ତୀ ସାହୁ ମୁଖ୍ୟବକ୍ତା ରୂପେ ଯୋଗଦେଇ ସନ୍ଥକବିଙ୍କ ସାହିତ୍ୟକୃତି ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ଜେ.ଆଇ.ଟି.ଏମ୍. କଲେଜର ଫାର୍ମାସୀ ବିଭାଗର ଅଧ୍ୟାପକ ବିଶିଷ୍ଟ କବି ତଥା ବରିଷ୍ଠ ଗାଳ୍ପିକ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ସନ୍ଥକବି ଭୀମ ଭୋଇଙ୍କ ସ୍ମୃତି ଚାରଣ କରିଥିଲେ । ଉପସ୍ଥିତ ସମସ୍ତ ଅତିଥି ଭାଷା ସାହିତ୍ୟର ପ୍ରଗତି ଦିଗରେ ନିଷାନ୍ର ଭୂମିକାକୁ ଭୂୟସୀ ପ୍ରଶଂସା କରିଥିଲେ । ସଭା ପ୍ରାରମ୍ଭରେ ବିଶିଷ୍ଟ କଣ୍ଠଶିଳ୍ପୀ ପୁଷ୍ପା ମେହେର ଆବାହନୀ ସଂଗୀତ ଗାନ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଇ ଥିଲେ । କାର୍ଯ୍ୟକ୍ରମ ଶେଷରେ ନିଷାନ୍ର ଯୁବକବି ଶୁଭେନ୍ଦୁ ପ୍ରସାଦ ଷାଣ୍ଢ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ନିଷାନ୍ର ବରିଷ୍ଠ କବୟିତ୍ରୀ ଜ୍ୟୋତିରାଣୀ ମିଶ୍ରଙ୍କ ଜନ୍ମଦିନ ପାଳନ କରାଯାଇଥିଲା । ଦ୍ଵିତୀୟ ପର୍ଯ୍ୟାୟରେ ନିଷାନ୍ର ବିଶିଷ୍ଟ କବୟିତ୍ରୀ କବିତା ମିଶ୍ରଙ୍କ କବିତା ମାଧ୍ୟମରେ କବିତା ସଂଯୋଜନାରେ ‘ସନ୍ଥକବି ଭୀମ ଭୋଇ’ ଶୀର୍ଷକ କବିତା ଆସର ଅନୁଷ୍ଠିତ ହୋଇଥିଲା । ଏଥିରେ ବଲାଙ୍ଗିର, ନୂଆପଡା, କଳାହାଣ୍ଡି, ସୁବର୍ଣ୍ଣପୁର, ବରଗଡ, ବୌଦ୍ଧ, ଝାରସୁଗୁଡ଼ା, କନ୍ଧମାଳ, ଗଜପତି ଓ ସମ୍ବଲପୁର ଜିଲ୍ଲାର ଶତାଧିକ କବି କବୟିତ୍ରୀ ଯୋଗଦେଇ ସ୍ୱରଚିତ କବିତା ପାଠ କରିଥିଲେ । ନିଷାନ୍ର ଉପଦେଷ୍ଟା ସୋମନାଥ ମିଶ୍ର, ଗୋପିକୃଷ୍ଣ ପାଣ୍ଡିଆ, ଆଶୁକବି ହେମନ୍ତ ଦାଶ, ଶ୍ୟାମସୁନ୍ଦର ପ୍ରଧାନ, ଲୋକନାଥ ଦଳବେହେରା, ନରୋତ୍ତମ ବାରିକ, ବୈରାଗୀ ସାହୁ, ଲୋକନାଥବେହେରା, କରୁଣାକର ଘଣ୍ଟୁଆଲ, ଚମ୍ପିୟାନ ଦାନୀ, ରଶ୍ମିରଞ୍ଜନ ସା, ତରଣୀସେନ ନାଗ, ଶୁଭେନ୍ଦୁ ପ୍ରସାଦ ଷାଣ୍ଢ, ସୁଧୀର ପଣ୍ଡା, ନାଭିଦତ୍ୟ ଦିଗାଲ, କବୟିତ୍ରୀ ସରସ୍ଵତୀ ମିଶ୍ର, ସସ୍ମିତା ସେଠ, ଶ୍ରଦ୍ଧାଞ୍ଜଳି ତ୍ରିପାଠୀ, ପଦ୍ମାବତୀ ଆଚାର୍ଯ୍ୟ, ଯମୁନା ମହାପାତ୍ର, ତୃପ୍ତିମୟୀ ତ୍ରିପାଠୀ, ଜ୍ୟୋତିରାଣୀ ମିଶ୍ର, କବିତା ମିଶ୍ର, ଅଧ୍ୟାପିକା ବୈଜୟନ୍ତୀ ସାହୁ, ଚମ୍ପେଶ୍ୱର ଦାନୀ, ନାରାୟଣ ଦଣ୍ଡସେନା, ସତ୍ୟନାରାୟଣ ମିଶ୍ର ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । କବି ଅଭିନବ ପଟ୍ଟନାୟକ, ଫାଲଗୁନି ରଣା, ଦିଲେଶ୍ ମେହେର ସହଯୋଗ କରିଥିଲେ ।