jsm

ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ବିଭିନ୍ନ ସମସ୍ୟାକୁ ନେଇ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ମେଡ଼ିକାଲ ଅଧିକ୍ଷକଙ୍କ ସହ ଆଲୋଚନା

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ବିଭିନ୍ନ ସମସ୍ୟାକୁ ନେଇ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ ଏବଂ ବଲାଙ୍ଗିରର ବିଭିନ୍ନ ସଂଗଠନ ମିଶି ମେଡ଼ିକାଲ ଅଧିକ୍ଷକଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନାର ବିଷୟ ଗୁଡିକ ହେଲା, ମେଡିକାଲରେ ରେଡ଼ିଓଲୋଜିଷ୍ଟ ଛୁଟିରେ ଥିବାରୁ ଦୀର୍ଘଦିନ ଧରି ଅଲ୍ଟ୍ରାସାଉଣ୍ଡ ହୋଇପାରୁ ନଥିଲା । ଯଦ୍ୱାରା ଏହି ମେଡିକାଲ ଉପରେ ନିର୍ଭର କରୁଥିବା ସ୍ଥାନୀୟ ତଥା ଦୂରଦୂରାନ୍ତରୁ ଆସୁଥିବା ରୋଗୀମାନେ ଦୈନନ୍ଦିନ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଡାକ୍ତର ଥିଲା ସମୟରେ ମଧ୍ୟ ସୀମିତ ସଂଖ୍ୟାରେ ଅଲ୍ଟ୍ରାସାଉଣ୍ଡ ହେଉଥିବାରୁ ଲୋକେ ରାତିରୁ ଧାଡି ବାନ୍ଧିବା ଆରମ୍ଭ କରୁଥିଲେ ଏବଂ ବାକି ରହିଯାଉଥିବା ରୋଗୀ ହଇରାଣରେ ପଡୁଥିଲେ । ଅନ୍ୟ ଦାବୀମାନ ମୁତାବକ ମେଡିକାଲରେ ଏଣ୍ଡୋସ୍କୋପି ସୁବିଧା ଉପଲବ୍ଧ ନାହିଁ, ଏମ୍ ଆର୍ ଆଇ ସୁବିଧା ନାହିଁ, ଏକ ବର୍ଣ୍ଣ ୟୁନିଟ ସ୍ଥାପନ, ସିକିଲ ସେଲ ୟୁନିଟ ସ୍ଥାପନ ଏବଂ ସୀମିତ ସଂଖ୍ୟାରେ ହେଉଥିବା ଅପରେସନକୁ ବଢ଼ାଇବା ଉପରେ ଆଲୋଚନା କରାଗଲା । ଏହି ସବୁ ଦାବୀମାନ ମେଡିକାଲ ଅଧିକ୍ଷକଙ୍କୁ ଉପସ୍ଥାପନ କରିବା ସହିତ ଏହାର ତୁରନ୍ତ ସମାଧାନ କରିବା ଦିଗରେ ପଦକ୍ଷେପ ନେବା ବିଷୟରେ ଆଲୋଚନା କରାଯାଇଛି । ମେଡିକାଲ ଅଧିକ୍ଷକ ପ୍ରତିଶ୍ରୁତି ଦେଇ କହିଥିଲେ ଯେ, ସ୍ଥାନୀୟ ଏକ ଡାକ୍ତରଙ୍କ ସହିତ ଯୋଗାଯୋଗ କରି ଆଜିଠାରୁ ହିଁ ଅଲ୍ଟ୍ରାସାଉଣ୍ଡ ନିୟମିତ କରାଯିବ । ଏକ ସିକିଲସେଲ ୟୁନିଟ ଓ ବର୍ଣ୍ଣ ୟୁନିଟ ଏକ ସପ୍ତାହ ଭିତରେ କାର୍ଯ୍ୟକ୍ଷମ କରାଯିବ । ଅନ୍ୟ ଦାବୀଗୁଡିକ ମଧ୍ୟ ଶୀଘ୍ର ପୂରଣ କରିବା ଦିଗରେ କାର୍ଯ୍ୟ କରିବେ ବୋଲି ମେଡିକାଲ ଅଧିକ୍ଷକ ପ୍ରତିଶ୍ରୁତି ଦେଇଛନ୍ତି ।

ଆଜିର ଏହି ଆଲୋଚନାରେ ଗୋପାଳଜୀ ପାଣିଗ୍ରାହୀ, ବିଧୁଭୂଷଣ ତ୍ରିପାଠୀ, ପ୍ରତାପ ଚନ୍ଦ୍ର ରଥ, ସାଗରିକା ଗୁରୁ, ନିହାରିକା ମିଶ୍ର, ବିଶ୍ୱମୟ ପୂଜାରୀ, ଶ୍ରୀପଦା ଷଡଙ୍ଗୀ, କାହ୍ନ ଶତପଥୀଙ୍କ ସହ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନର ସନ୍ତୋଷ ପଟ୍ଟନାଏକ, ଗୋବିନ୍ଦ ଚନ୍ଦ୍ର ଶତପଥୀ, ସୁମିତ ମିଶ୍ର, ରବିନ୍ଦ୍ର ପ୍ରଧାନ, ଲିଙ୍କନ ସେଠ, ସନ୍ଦୀପ ବାଗ, ଅମିତ ନାୟକ, ଶ୍ୟାମସୁନ୍ଦର ଗହୀର, ସଞ୍ଜୟ ସାହୁ, ସୁଶାନ୍ତ ପୁଟେଲ, ଦେବରାଜ ନାଗ, ସୁରେଶ କମ୍ପ ଉପସ୍ଥିତ ରହି ମେଡିକାଲ ଅଧିକ୍ଷକଙ୍କ ସହ ସମ୍ପୂର୍ଣ୍ଣ ଆଲୋଚନା କରିଥିଲେ ।

yuvodaya
Leave A Reply

Your email address will not be published.