ଯୁବକଙ୍କୁ ଟାଙ୍ଗିଆରେ ଆକ୍ରମଣ : ୪ ଦୁର୍ବୃତ୍ତ ଫେରାର୍‌

କଳାହାଣ୍ଡି : ନର୍ଲା ଥାନା ମୁଣ୍ଡା ଗାଁରେ ଚାଞ୍ଚଲ୍ୟ । ଜଣେ ପୂଜକଙ୍କୁ ଟାଙ୍ଗିଆରେ ହାଣିଲେ ୪ ଜଣ ଦୁର୍ବୃତ୍ତ । ଗୁରୁତର ପୂଜକ ମେଡିକାଲରେ ଭର୍ତ୍ତି । ମଙ୍ଗଳବାର ୧୧ଟା ସମୟରେ ମୁଣ୍ଡା ଗାଁର ତାରିଣୀ ମନ୍ଦିର ପୂଜକ ସୁଶାନ୍ତ ଠାକୁର ପତ୍ନୀଙ୍କ ସହ ପିଲାଙ୍କୁ ଆଣିବାକୁ ସ୍କୁଲ ଯାଉଥିଲେ । ହଠାତ୍‌ ୪ ଜଣ ଦୁର୍ବୃତ୍ତ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ସୁଶାନ୍ତଙ୍କ ମୁଣ୍ଡରେ ଗଭୀର ଆଗାତ ଲାଗିଛି । ତାଙ୍କୁ ଭବାନିପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଆକ୍ରମଣ ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

Leave A Reply

Your email address will not be published.