ls

ପିପିଲି ଉପନିର୍ବାଚନ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ

sb

ଭୁବନେଶ୍ୱର, (କେ. ସତ୍ୟନାରାୟଣ ରେଡ୍ଡୀ) : ପିପିଲି ଉପନିର୍ବାଚନ ପୂର୍ବରୁ ଏକ ଦୁଃଖଦ ଖବର ଆସିଛି । ଆଉ ଦୁଇ ଦିନ ପରେ ହୋଇଥାନ୍ତା ପିପିଲି ଉପ-ନିର୍ବାଚନ ନିମନ୍ତେ ଭୋଟ ଗ୍ରହଣ । ହେଲେ ଏହି ନିର୍ବାଚନରେ ଲଢୁଥିବା କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଆଜି ଅପରାହ୍ନରେ (ବୁଧବାର) ପରଲୋକ ଘଟିଛି । ଗତ କିଛିଦିନ ହେବ ସେ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସୂଚନା ଥାଉକି, ଗତ ୭ ତାରିଖରେ ଅଜିତଙ୍କ ସ୍ୱାସ୍ଥ୍ୟରେ ଅବନ୍ନତି ଦେଖା ଦେଇଥିଲା, ଗତ ୧୦ ତାରିଖରେ ତାଙ୍କୁ କୋରନା ସଂକ୍ରମଣ ଅବା ତାଙ୍କର ପଜିଟିଭି ଥିଲା ବୋଲି କୁହାଯାଏ । ବୁଧବାର ଅପରାହ୍ନରେ ତାଙ୍କର ପରଲୋକ ହୋଇଥିବା ଏବଂ ସେ କୋରନାରେ ମୃତ୍ୟ ବରଣ କରିଥିବା ବିଷୟ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି । ଅଜିତ୍‌ଙ୍କ ପରଲୋକ ଘଟଣା ସମ୍ପର୍କରେ ଜାଣିବା ପରେ ଜଣେ ପରେ ଜଣେ କଂଗ୍ରେସ ନେତା ହସ୍ପିଟାଲରେ ପହଞ୍ଚିଛନ୍ତି । କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି, ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବିଧାୟକ ରମେଶ ଜେନା ହସ୍ପିଟାଲ ପରିସରରେ ଉପସ୍ଥିତ ଅଛନ୍ତି । ଦଳୀୟ ପ୍ରାର୍ଥୀଙ୍କ ମୃତ୍ୟୁରେ ସେମାନେ ଶୋକପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ, ଏପ୍ରିଲ ୧୭ରେ ପିପିଲି ଉନିର୍ବାଚନ ଅନୁଷ୍ଠିତ ହେବାର ଥିଲା । ଏହାର ୩ ଦିନ ପୂର୍ବରୁ ଅଜିତଙ୍କ ପରଲୋକ ଘଟିଛି । ଏବେ ସେଠାରେ ନିର୍ବାଚନ ହେବ କି ନାହିଁ ସେନେଇ କୌଣସି ସୂଚନା ମିଳିନାହିଁ ।

pc pk
Leave A Reply

Your email address will not be published.