oom

ବିଶ୍ଵ ଏଡସ୍‌ ଦିବସ ପାଳିତ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ବିଶ୍ଵ ଏଡସ୍‌ ଦିବସ ଅବସରରେ ୟୁଥ୍ ଫର୍ ଭିଲେଜ୍ ପାଠାଗାର ପ୍ରାଙ୍ଗଣରେ ୟୁଥ୍ ଫର୍ ଭିଲେଜ୍ ପକ୍ଷରୁ ସଭାପତି ଚୈତନ୍ୟ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ସମନ୍ୱିତ ପରାମର୍ଶ ଓ ପରୀକ୍ଷା କେନ୍ଦ୍ର ପରାମର୍ଶଦାତା ଡକ୍ଟର ସନ୍ତୋଷ କୁମାର ରାଜୁ ଓ ଅବସରପ୍ରାପ୍ତ ସାମରିକ ବାହିନୀ ଯବାନ ତଥା ପ୍ରୟୋଗଶାଳା ପ୍ରାଯୁକ୍ତିକ ପଦ୍ମନାଭ ଗନ୍ତାୟତ ଗୁଗଲ୍ ମିଟ୍ ଜରିଆରେ ଏଡସ୍‌ ସମ୍ବନ୍ଧୀୟ ଅନେକ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ପ୍ରତିଷ୍ଠାତା ଡି. ଦେବହରି ରେଡ଼ିଙ୍କ ସଂଯୋଜନାରେ କୁଇଜ୍ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ପୁରସ୍କାର ବିତରଣ କରାଯାଇଥିଲା । ଏଥିରେ କାହ୍ନା ଗୌଡ, ଦୀପକ ଗୌଡ, ଅନିଲ ସେଠୀ, ବି. ଦେବାଶିଷ ରେଡ଼ି, ୟୁ. ଶଙ୍କର ରେଡ଼ି, ୟୁ. କୈଳାସ ରେଡ଼ି, ସତ୍ୟ ରେଡ଼ି, କୈଳାସ ସେଠୀ, ଜଗନ୍ନାଥ ସେଠୀ, ବାବୁ ନାହାକ, ସୁରେନ୍ଦ୍ର ଗୌଡ, ସୁନିଲ ସେଠୀ, ୟୁ. ସୁଶାନ୍ତ, ରବୀନ୍ଦ୍ର ଗୌଡ ପ୍ରମୁଖ ଅଂଶ ଗ୍ରହଣ କରି ଆଲୋଚନାରେ ଭାଗ ନେଇଥିଲେ । କାର୍ଯ୍ୟକ୍ରମ ଶେଷରେ ସଭାପତି ଚୈତନ୍ୟ ରେଡ଼ି ଧନ୍ୟବାଦ୍ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.