jayashree

ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବିପଦଭଞ୍ଜନ ମହାକୁରଙ୍କ ପରଲୋକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଯମୁନା ଗ୍ରାମର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବିପଦଭଞ୍ଜନ ମହାକୁର(୭୭)ଙ୍କ ବୁଧବାର ସକାଳ ସାଢେ଼ ଚାରିଟା ସମୟରେ ତାଙ୍କ ଯମୁନା ଗ୍ରାମସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ସେ ଦୀର୍ଘଦିନ ଧରି ଶଯ୍ୟାଶାୟୀ ଥିଲେ । ସେ ହଳଦୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ଯମୁନା ଗ୍ରାମର ଗୌନ୍ତିଆ ସ୍ୱର୍ଗତ କାହ୍ନୁଚରଣ ମହାକୁରଙ୍କ ଦ୍ୱିତୀୟ ପୁତ୍ର ଅଟନ୍ତି । ସେ ୧୯୪୬ ମସିହାରେ ଜନ୍ମଗ୍ରହଣ କରିଥିବା ବେଳେ ଶିକ୍ଷକତା ଚାକିରୀ କରି ୨୦୦୫ମସିହାରେ ପ୍ରଧାନଶିକ୍ଷକ ଭାବେ ଅବସର ଗ୍ରହଣ କରିଥିଲେ । ମୃତ୍ୟ ଶଯ୍ୟା ନିକଟରେ ଧର୍ମପତ୍ନୀ, ଦୁଇ ପୁଅ ଶିବାନନ୍ଦ, ଭବନାନନ୍ଦ, ଦୁଇ ବୋହୂ, ଚାରି ଝିଅ, ଜ୍ୱାଇଁ, ନାତିନାତୁଣୀ, ସମସ୍ତ ପରିବାର, ଆତ୍ମୀୟ ସ୍ୱଜନ ଓ ଯମୁନା ଗ୍ରାମବାସୀମାନେ ଉପସ୍ଥିତ ଥିଲେ । ସେ ଜଣେ ଛାତ୍ରବତ୍ସଳ ଶିକ୍ଷକ, ଅମାୟିକ, ଆଧ୍ୟାତ୍ମିକ ଓ ଧାର୍ମିକ ସ୍ଵଭାବର ବ୍ୟକ୍ତି ରୂପେ ଅଞ୍ଚଳରେ ସୁପରିଚିତ ଥିଲେ । ପରଲୋକ ଖବର ପାଇ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ତାଙ୍କର ଶେଷ ଦର୍ଶନ କରିବା ସହ ଶବାଧାରରେ ସାମିଲ ହୋଇଥିଲେ । ବଡପୁଅ ଶିବାନନ୍ଦ ମହାକୁର ମୁଖାଗ୍ନି ଦେଇଥିଲେ । ତାଙ୍କ ପରଲୋକରେ ଅଞ୍ଚଳରେ ଅତ୍ୟନ୍ତ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Leave A Reply

Your email address will not be published.