ଫେବୃଆରୀ ୧୦ରୁ ଆରମ୍ଭ ହେବ ପିଜି ଏବଂ ଯୁକ୍ତ ୩ କ୍ଲାସ୍ : ୮ରୁ ହଷ୍ଟେଲରେ ରହିବାକୁ ଅନୁମତି

ଭୁବନେଶ୍ୱର : ପିଜି ଏବଂ ୟୁଜି ପାଠପଢା ଓ ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି । ଆସନ୍ତା ୧୦ତାରିଖରୁ ପିଜି ଓ ୟୁଜିରେ ପାଠପଢା ଆରମ୍ଭ ହେବ । ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଘୋଷଣା କରିଛନ୍ତି । ମନ୍ତ୍ରୀଙ୍କ ଘୋଷଣା ମୁତାବିକ, ଆସନ୍ତା ଫେବ୍ରୁଆରୀ ୧୦ ରୁ ଯୁକ୍ତ ୩ ଦ୍ବିତୀୟ ବର୍ଷ ଓ ପିଜି ପ୍ରଥମ ବର୍ଷ ପାଇଁ କଲେଜରେ ଆରମ୍ଭ ହେବ ପାଠପଢା । ଏଥିପାଇଁ ଫେବ୍ରୁଆରୀ ୮ ରୁ କଲେଜ, ବିଶ୍ବବିଦ୍ୟାଳୟ ଓ ହଷ୍ଟେଲ ଖୋଲିବ । ସମସ୍ତ ଶ୍ରେଣୀଗୃହ ଓ ହଷ୍ଟେଲ ରେ କୋଭିଡ ୧୯ ନିୟମାବଳୀ ଅନୁଯାୟୀ ପାଠପଢା ଆରମ୍ଭ ହେବ । ମାସ୍କ ବାଧ୍ୟତାମୂଳକ ସହ ଶ୍ରେଣୀଗୃହ, ଲାଇବ୍ରେରୀ ଓ ଲାବ୍ରୋଟୋରୀ ସହ ୬ ଫୁଟର ସାମାଜିକ ଦୂରତା ରଖାଯିବ । ହାତକୁ ଧୋଇବା ଓ ସାନିଟାଇଜ ବାଧ୍ୟତାମୂଳକ କରାଯାଇଛି ।

Leave A Reply

Your email address will not be published.