oum

ଗାଁ ବାହାରେ ପ୍ରେମୀ ଯୁଗଳ‌ଙ୍କ ଝୁଲ‌ନ୍ତା ଦେହ ଉ‌ଦ୍ଧାର : ପୋଲିସ ପହଞ୍ଚିବା ପୂର୍ବରୁ ପରିବାର ଲୋକେ କରିଦେଲେ ଶବଦାହ

jsm

ସୀତାପୁର : ୟୁପି.ର ସୀତାପୁର ଜିଲ୍ଲାର ସଣ୍ଡା କୋଟୱାଲୀ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଫାଶ ଲଗାଇ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିଛନ୍ତି । ଉଭୟଙ୍କ ମୃତଦେହ ଗାଁ ବାହାରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ତେବେ ଉଭୟଙ୍କ ସମ୍ପର୍କୀୟମାନେ ମୃତଦେହକୁ ପୋଲିସ ପହଞ୍ଚିବା ପୂର୍ବରୁ ପୋଡି ଦେଇଥିବା ଜଣାପଡ଼ିଛି । ଘଟଣା ପରଠାରୁ ଗାଁରେ ବିଭିନ୍ନ ପ୍ରକାର ଆଲୋଚନା ବଜାର ଗରମ ହେଉଛି । ସୂଚନା ଅନୁସାରେ ବିସୱାନ ଅଞ୍ଚଳର ସାକ୍ରାନ ଖୁର୍ଦ ଗାଁର ଜଣେ ୧୮ ବର୍ଷ ବୟସ୍କ ଯୁବକ ଏହି ଗାଁର ୧୬ ବର୍ଷର ଯୁବତୀ ସହିତ ପ୍ରେମ ସମ୍ପର୍କ ରଖିଥିଲେ । ଦୁହେଁ ଦୁହି‌ଙ୍କୁ ଦୀର୍ଘ ସମୟ ଧରି ପ୍ରେମ କରୁଥିଲେ। କୁହାଯାଇଛି, ପ୍ରେମୀ ଯୁଗଳ ବିବାହ କରିବାକୁ ଚାହୁଁଥିଲେ, କିନ୍ତୁ କିଶୋରୀଙ୍କ ପରିବାର ତାଙ୍କ ସମ୍ପର୍କ ଅନ୍ୟତ୍ର ସ୍ଥିର କରିଥିଲେ । ଏ ବିଷୟରେ ସୂଚନା ପାଇବା ପରେ ଉଭୟେ ରାଗିଯାଇ ଏକାଠି ମରିବାକୁ ସ୍ଥିର କରିଥିବା ବେଳେ ଉଭୟ ପ୍ରେମୀ ଶୁକ୍ରବାର ଠାରୁ ଘରୁ ଚାଲି ଯାଇଥିଲେ । ଯେତେବେଳେ ଉଭୟେ ଅଧିକ ସମୟ ଧରି ଘରକୁ ଫେରିଲେ ନାହିଁ, ପରିବାର ସଦସ୍ୟ ଖୋଜିବା ଆରମ୍ଭ କଲେ । ଶନିବାର ସକାଳେ ଗାଁର ଲୋକମାନେ ନିତ୍ୟକର୍ମ ପାଇଁ ଯାଇଥିବା ବେଳେ ଉଭୟଙ୍କ ମୃତଦେହ ଗାଁ ବାହାରେ ଥିବା ଜାମୁନ ଗଛରେ ଗୋଟିଏ ଓଢ଼ଣୀରେ ଝୁଲୁଥିବା ଦେଖିବାକୁ ପାଇଥିଲେ ଓ ସେମାନ‌ଙ୍କ ପରିବାର ଲୋକଙ୍କୁ ଏ ବିଷୟରେ ଅବଗତ କରିଥିଲେ । ସୂଚନା ପାଇବା ପରେ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚିଥିଲେ।

Leave A Reply

Your email address will not be published.