ଗଣମାଧ୍ୟମର କାର୍ୟ୍ୟକ୍ରମ ପ୍ରସ୍ତୁତି ସଂକ୍ରାନ୍ତ ଏସଓପି ଜାରି କଲା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ନୂଆଦିଲ୍ଲୀ, (ପିଆଇବି) : ଗଣମାଧ୍ୟମ ଦ୍ଵାରା ପ୍ରସ୍ତୁତ କରାଯାଉଥିବା ବିଭିନ୍ନ କାର୍ୟ୍ୟକ୍ରମ ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ କାର୍ୟ୍ୟକଳାପ ଭାବେ ବିବେଚନା କରାଯାଇଥାଏ । ଏହା ଦେଶରେ ସାମଗ୍ରିକ ଘରୋଇ ଉତ୍ପାଦନ ବୃଦ୍ଧିରେ ମଧ୍ୟ ଏକ ପ୍ରଧାନ ଭୂମିକା ଗ୍ରହଣ କରିଥାଏ । କୋଭିଡ-୧୯ ବୈଶ୍ଵିକ ମହାମାରୀ କାଳରେ ଗଣମାଧ୍ୟମ ପାଇଁ ପ୍ରସ୍ତୁତ କରୁଥିବା କାର୍ୟ୍ୟକ୍ରମର ଅଂଶୀଦାରମାନେ ଏଦିଗରେ ବିହିତ ପଦକ୍ଷେପ ନେବା ଆବଶ୍ୟକ । ସେଥିପାଇଁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏକ ଏସଓପି ଜାରି କରାଯାଇଛି । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସହ ସମ୍ପର୍କ କରି ଏନେଇ ଏକ ଏସଓପି ଜାରି କରିଛି । ଆଜି (୨୩.୦୮.୨୦୨୦) ନୂଆଦିଲ୍ଲୀଠାରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର ଏହି ଏସଓପି ଜାରି କରିଛନ୍ତି । ଏହାର ମୁଖ୍ୟ ନିୟମାବଳୀଗୁଡିକ ମଧ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଅଦରକାରୀ କାର୍ୟ୍ୟକଳାପକୁ ଆବଦ୍ଧାଞ୍ଚଳରେ ଅନୁମତି ପ୍ରଦାନ କରାଯିବ ନାହିଁ । ସେଗୁଡିକ ହେଲା କୋଭିଡ-୧୯ ଲକ୍ଷଣ ଥିବା କର୍ମଚାରୀମାନଙ୍କୁ ଅଧିକ ସାବଧାନତା ରକ୍ଷା କରିବାକୁ ପଡିବ । ମାସ୍କ କିମ୍ବା ମୁହଁ ଘୋଡାଇବା ସହ ବାରମ୍ବାର ହାତ ଧୋଇବା, କାର୍ୟ୍ୟସ୍ଥଳୀରେ ହେଣ୍ଡ ସାନିଟାଇଜର ରଖିବା ଓ କାର୍ୟ୍ୟକ୍ରମ ପ୍ରସ୍ତୁତି କାଳରେ ଶ୍ଵାସକ୍ରିୟା ଜନିତ ସମସ୍ୟା ଉପରେ ଅଧିକ ଧ୍ୟାନଦେବା ଅନ୍ତର୍ଭୁକ୍ତ ।
ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞାପିତ ହୋଇଥିବା ଆନ୍ତର୍ଜାତିକ ନିୟମାବଳୀକୁ ବିଚାରକୁ ନେଇ ଏକ ସାଧାରଣ ଏସଓପି ମଧ୍ୟ ଜାରି କରାଯାଇଛି । ଏଥିରେ ସାମାଜିକ ଦୂରତ୍ଵ, ସୁଟିଙ୍ଗ ହେଉଥିବା ଅଞ୍ଚଳରେ ପ୍ରବେଶ ଓ ପ୍ରସ୍ଥାନ କଟକଣା, ସାନିଟାଇଜେସନ, କର୍ମଚାରୀ ସୁରକ୍ଷା, କେନ୍ଦ୍ର ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଆବଦ୍ଧାଞ୍ଚଳ ଓ ଏକାନ୍ତବାସ ନିୟମାବଳୀର ପାଳନ ଅନ୍ତର୍ଭୁକ୍ତ । ବିଶେଷ କରି ଆନ୍ତର୍ଜାତିକ ନିୟମାବଳୀ ଅନୁସାରେ ମୁହଁରେ ମାସ୍କ ଲଗାଇବା, ଫଟୋ ଉତ୍ତୋଳନକାରୀ ଓ ତତଜନିତ କର୍ମଚାରୀଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି । ତେବେ କ୍ୟାମେରାକୁ ସାମନା କରୁଥିବା ଅଭିନେତାଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ । ଗଣମାଧ୍ୟମ ପାଇଁ କାର୍ୟ୍ୟକ୍ରମ ପ୍ରସ୍ତୁତ କରିବା ବେଳେ ଏହି ନିୟମାବଳୀ ଓ ଏସଓପିକୁ ସମସ୍ତ ରାଜ୍ୟ ଓ କାର୍ୟ୍ୟକ୍ରମ ପ୍ରସ୍ତୁତକାରୀ ଅବଲମ୍ବନ କରିବେ ।
ଏହି ନିୟମାବଳୀକୁ ଜାରି କରି ମନ୍ତ୍ରୀ ଶ୍ରୀ ଜାଭଡେକର କହିଛନ୍ତି ଯେ, ଏହି ଏସଓପି ଆନ୍ତର୍ଜାତିକ ନିୟମ ଢାଞ୍ଚାରେ ପ୍ରସ୍ତୁତୁ କରାଯାଇଛି । ଗତ ୬ ମାସ ଧରି କରୋନା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଏହି ଶିଳ୍ପ ଏହାଦ୍ଵାରା ବିଶେଷ ଉପକୃତ ହେବ । ଏହା ଟେଲିଭିଜନ କ୍ଷେତ୍ରରେ ଅଧିକରୁ ଅଧିକ ଲୋକଙ୍କୁ ନିଯୁକ୍ତି ସୁଯୋଗ ଦେବା ସହ ଅର୍ଥନିତୀକୁ ମଧ୍ୟ ସୁଦୃଢ କରିପାରିବ । ସମସ୍ତ ରାଜ୍ୟ ଏହି ଏସଓପିକୁ ଗ୍ରହଣ କରିବା ସହ ଲାଗୁ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ଏସଓପି ସମ୍ପର୍କିତ ସବିଶେଷ ତଥ୍ୟ ନିମ୍ନ ଲିଙ୍କରେ ପାଇପାରିବେ ।
https://mib.gov.in/sites/default/files/SOP%20on%20Media%20Production%2021%20Aug%202020%20%281%29.pdf

Leave A Reply

Your email address will not be published.