ରାଜଭରଙ୍କ ବଡ ଘୋଷଣା : ଦ୍ରୌପଦୀ ମୁର୍ମୁଙ୍କୁ ଦେବେ ସମର୍ଥନ

ଲକ୍ଷ୍ନୌ : ସୁହେଲଦେବ ଭାରତୀୟ ସମାଜ ପାର୍ଟି(ଏସ୍‌ବିଏସ୍‌ପି) ସଭାପତି ଓମ୍‌ ପ୍ରକାଶ ରାଜଭର ଆଜି ଏକ ବଡ଼ ଘୋଷଣା କରିଛନ୍ତି । ରାଷ୍ଟ୍ରପତି ନିର୍ବାଚନରେ ସେ ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ସମର୍ଥନ ଦେବେ ବୋଲି ଘୋଷଣା କରିଛନ୍ତି । ଏକ ଖବରଦାତା ସମ୍ମିଳନୀ କରି ସେ କହିଛନ୍ତି ଯେ, ରାଷ୍ଟ୍ରପତି ନିର୍ବାଚନରେ ଆମ ଦଳର ୬ ବିଧାୟକ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବେ । ଏନେଇ ବିଧାୟକଙ୍କ ସହ ଆଲୋଚନା କରିଛି । ଦ୍ରୌପଦୀ ମୁର୍ମୁ ଆସିବା ପରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆମକୁ ରାତ୍ରୀ ଭୋଜନ ପାଇଁ ଡାକିଥିଲେ । ଯୋଗୀଙ୍କ ସହ ମୋର ଏକ ଆଲୋଚନା ହୋଇଛି । ଏଥି ସହିତ ଦ୍ରୌପଦୀ ମୁର୍ମୁ ଆମର ସମର୍ଥନ ଲୋଡିଥିଲେ । ତେଣୁ ଆମେ ତାଙ୍କୁ ସମର୍ଥନ ଦେବାକୁ ନିଷ୍ପତ୍ତି ନେଇଛୁ ।

Leave A Reply

Your email address will not be published.