om academy

ଆମେରିକାର ରାଷ୍ଟ୍ରପତି ନିର୍ବାଚନ ୨୦୨୦ : ଶେଷ ମୁହୂର୍ତ୍ତରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚାଲିଛି ଚେଷ୍ଟା

jsm

ୱାଶିଂଟନ୍‌ : କେବଳ ଦିନକ ପରେ (ଆମେରିକାର ସମୟ ଅନୁଯାୟୀ ୩ ନଭେମ୍ବର ଏବଂ ଭାରତ ସମୟ ଅନୁଯାୟୀ ୪ ନଭେମ୍ବର) ଆମେରିକାର ରାଷ୍ଟ୍ରପତି ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏହାକୁ ସମଗ୍ର ବିଶ୍ୱ ଅପେକ୍ଷା କରିଛି ।

ଉଭୟ ପ୍ରାର୍ଥୀ ଟ୍ରମ୍ପ ଓ ବାଇଡେନ୍‌ ନିର୍ବାଚନ ୨୦୨୦ର ଶେଷ ପାହାଚରେ ରହିଛ‌ନ୍ତି ଏବଂ ଭୋଟର୍‌ଙ୍କୁ ନିଜ ଆଡ଼କୁ ଟାଣିବାକୁ କୌଣସି ବି ସୁଯୋଗ ହାତଛଡ଼ା କରୁ ନଥିବା ସୂଚନା ମିଳିଛି । ଉଭୟ ପ୍ରାର୍ଥୀ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା ଚଳାଇଛ‌ନ୍ତି ।

ତେବେ ଆମେରିକାରେ ଭୋଟରଙ୍କ ନିର୍ଦ୍ଧାରିତ ଦିନ ପୂର୍ବରୁ ମଧ୍ୟ ଭୋଟ୍ ଦେବାର ସୁବିଧା ରହିଛି ଏବଂ ଏପର୍ୟ୍ୟନ୍ତ ନଅ କୋଟିରୁ ଅଧିକ ଭୋଟର ଭୋଟ୍ ଦେଇ ସାରିଛନ୍ତି । ଏହା ସହ ଆମେରିକା ଗତ ଶତାବ୍ଦୀର ସର୍ବାଧିକ ଭୋଟରଙ୍କ ଆଡକୁ ଗତି କରୁଛି । ଏହି ଆକଳନଗୁଡିକ ଆମେରିକାର ନିର୍ବାଚନ ପ୍ରକଳ୍ପ ୱେବ୍‌ସାଇଟରୁ ଆସିଛି ।

Leave A Reply

Your email address will not be published.