ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ, ଆସାମ ଏବଂ ପୁଡୁଚେରୀରେ ମତଦାନ ଜାରି : କଡ଼ା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ : ଦେଶର ପାଞ୍ଚଟି ରାଜ୍ୟରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ମତଦାନ ଜାରି ରହିଛି । ଆଜି ଯେଉଁ ରାଜ୍ୟରେ ଭୋଟ୍ ଦିଆଯାଉଛି, ସେହି ରାଜ୍ୟଗୁଡ଼ିକ ହେଲା ତାମିଲନାଡୁ, କେରଳ, ଆସାମ, ପୁଡୁଚେରୀ ଏବଂ ପଶ୍ଚିମବଙ୍ଗ । ତାମିଲନାଡୁର ସମସ୍ତ ୨୩୪ ଟି ବିଧାନସଭା ଆସନ ପାଇଁ ଆଜି ଭୋଟ୍ ହେଉଥିବା ବେଳେ କେରଳରେ ମଧ୍ୟ ୧୪୦ଟି ସିଟ୍ ପାଇଁ ଏକାଠି ମତଦାନ ହେଇଛି । ପୁଡୁଚେରୀ ବିଧାନସଭାର ସମସ୍ତ ୩୦ଟି ଆସନରେ ମଧ୍ୟ ଭୋଟ୍ ଦିଆଯାଉଛି । ପଶ୍ଚିମବଙ୍ଗରେ ଆଜି ତୃତୀୟ ପର୍ୟ୍ୟାୟ ପାଇଁ ମତଦାନ ଚାଲିଛି । ୩ ଟି ଜିଲ୍ଲାର ୩୧ ଟି ଆସନରେ ଭୋଟ୍ ଦିଆଯାଉଛି । ଆସାମରେ ମଧ୍ୟ ତୃତୀୟ ତଥା ଶେଷ ପର୍ୟ୍ୟାୟରେ ୪୦ଟି ବିଧାନସଭା ଆସନରେ ଭୋଟ୍ ଗ୍ରହଣ କରାଯାଉଛି ।

Leave A Reply

Your email address will not be published.