ଡିସେମ୍ବର ୨୮ରେ ବିଧାନସଭାରେ ଆଗତ ହେବାକୁ ଥିବା ଲଭ୍‌ ଜିହାଦ ବିରୋଧରେ ବିଲ୍ ମଞ୍ଜୁର କରିଛନ୍ତି ଶିବରାଜ କ୍ୟାବିନେଟ୍

ଭୋପାଳ : ମଧ୍ୟପ୍ରଦେଶର ଶିବରାଜ କ୍ୟାବିନେଟ ଲଭ୍‌ ଜିହାଦ ବିରୋଧରେ ବିଲ୍ ଅନୁମୋଦନ କରିଛନ୍ତି । ଏହି ବିଲ୍ ଅନୁଯାୟୀ, ଯଦି କେହି ପରିଚୟ ଲୁଚାଇ ବିବାହ କରିବ, ତେବେ ୧୦ ବର୍ଷ ପର୍ୟ୍ୟନ୍ତ କାରାବରଣ ହୋଇପାରେ । ବାଧ୍ୟତାମୂଳକ ଧର୍ମାନ୍ତିକରଣ କଲେ ୫ ବର୍ଷ ପର୍ୟ୍ୟନ୍ତ ଜେଲ୍‌ ହେବ । ୨୮ ଡିସେମ୍ବରରୁ ବିଧାନସଭା ଅଧିବେଶନରେ ଏହା ଲାଗୁ ହେବ । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ କ୍ୟାବିନେଟ ବୈଠକରେ ଧାର୍ମିକ ସ୍ୱାଧୀନତା ବିଲ୍ -୨୦୨୦ ପାରିତ ହୋଇଛି । ସଂଶୋଧିତ ପଏଣ୍ଟ ସହିତ ଏହି ବିଲ୍ ଅନୁମୋଦନ କରାଯାଇଛି ।

Leave A Reply

Your email address will not be published.