oum

୮୦ ନୂଆ ପେସେଂଜର ଟ୍ରେନ୍‌ ପାଇଁ ଟିକେଟ୍‌ ବୁକିଂ ଆରମ୍ଭ

jsm

ନୂଆଦିଲ୍ଲୀ : ୮୦ ନୂଆ ପେସେଂଜର ଟ୍ରେନ୍‌ ପାଇଁ ଟିକେଟ୍‌ ବୁକିଂ ଆରମ୍ଭ ହୋଇଯାଇଛି । ରେଲୱେ ଅନୁସାରେ ସଂପୃକ୍ତ ଟ୍ରେନ୍‌ଗୁଡ଼ିକ ଆଗରୁ ଚାଲିଥିବା ୨୩୦ ସ୍ପେସାଲ୍‌ ଟ୍ରେନ୍‌ଠାରୁ ଅଲଗା ହେବ । ଆଜି ଦିନ ୧୦ଟାରୁ ଏହି ୮୦ ନୂଆ ଟ୍ରେନ୍‌ ପାଇଁ ଟିକେଟିଂ ବୁକିଂ ଆରମ୍ଭ ହୋଇଯାଇଛି । ଏବେ ଏହି ନୂଆ ଟ୍ରେନ୍‌ ସହ ସମୁଦାୟ ସ୍ପେସାଲ୍‌ ଟ୍ରେନ୍‌ ସଂଖ୍ୟା ୩୧୦ ହେବ । ଇଣ୍ଡିଏନ୍‌ ରେଲୱେ ବୋଡର଼୍ର ଅଧ୍ୟକ୍ଷ ବି.କେ. ଯାଦବ ଘୋଷଣା କରିଛନ୍ତି ଯେ, ୧୨ ସେପ୍ଟେମ୍ବରରୁ ୮୦ ନୂଆ ସ୍ପେସାଲ୍‌ ଟ୍ରେନ୍‌ ଚାଲିବ । ସେ କହିଥିଲେ ଯେ, ୮୦ ନୂଆ ସ୍ପେସାଲ୍‌ ଟ୍ରେନ୍‌ ଅର୍ଥାତ୍‌ ୪୦ ଯୋଡ଼ା ଟ୍ରେନ୍‌ ୧୨ ସେପ୍ଟେମ୍ବରରୁ ଟ୍ରେନ୍‌ ଲାଇନ୍‌ ଉପରେ ଗଡ଼ିବ ।

Leave A Reply

Your email address will not be published.