pakka

ଭାରତର କରୋନା ସୁସ୍ଥତା ହାର ଟପିଲା ୧୫ ଲକ୍ଷ

bbehera

• ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୫୪,୮୫୯ ଜଣ ସୁସ୍ଥ
• ସକ୍ରିୟ ରୋଗୀଙ୍କ ତୁଳନାରେ ଆରୋଗ୍ୟଙ୍କ ସଂଖ୍ୟା ୯ ଲକ୍ଷରୁ ଅଧିକ
• ପୁଣି ହ୍ରାସ ପାଇ ମୃତ୍ୟୁ ହାର ପହଞ୍ଚିଲା ୨ ପ୍ରତିଶତକୁ

ନୂଆଦିଲ୍ଲୀ, (ପିଆଇବି) : ଭାରତରେ କନୋନା ଆରୋଗ୍ୟ ରୋଗୀଙ୍କ ସଂଖ୍ୟା ୧୫ ଲକ୍ଷ ଟପିଛି । ଦ୍ରୁତ ପରୀକ୍ଷଣ, ଚିହ୍ନଟ ଓ ଦକ୍ଷ ଚିକିତ୍ସା ଯୋଗୁଁ ୧୫,୩୫,୭୪୩ ଜଣ ରୋଗୀ ଏପର୍ୟ୍ୟନ୍ତ ସୁସ୍ଥ ହୋଇପାରିଛନ୍ତି । ଉନ୍ନତ ଆମ୍ବୁଲାନ୍ସ ସେବା, ଗୁଣାତ୍ମକ ସେବା ଓ ଉପଯୁକ୍ତ ଅମ୍ଳଜାନ ଚିକିତ୍ସା ଯୋଗୁଁ ଏହି ଆକାଂକ୍ଷିତ ସଫଳତା ମିଳିପାରିଛି ।
ଗତକାଲି ୨୪ ଘଣ୍ଟା ମଧ୍ୟରେ ୫୪,୮୫୯ ଜଣ ରୋଗୀ ସୁସ୍ଥ ହୋଇଥିବା ବେଳେ ଦେଶରେ କୋଭିଡ-୧୯ ଆରୋଗ୍ୟ ହାର ପାଖାପାଖି ୭୦ ପ୍ରତିଶତରେ ପହଞ୍ଚିଛି ।
ଏହି ରେକର୍ଡ ସଂଖ୍ୟକ ମାମଲା ଯୋଗୁଁ ଦେଶରେ ପ୍ରକୃତ ସକ୍ରିୟ ମାମଲା ହ୍ରାସ ପାଇ ମୋଟ ସକାରାତ୍ମକ ମାମଲା ମାତ୍ର ୨୮.୬୬ ପ୍ରତିଶତରେ ରହିଛି । ଦେଶରେ ସକ୍ରିୟ କରୋନା ରୋଗୀ ୬,୩୪,୯୪୫ ଥିବା ବେଳେ ଆରୋଗ୍ୟଙ୍କ ସଂଖ୍ୟା ୯ ଲକ୍ଷ ଅତିକ୍ରମ କରିଛି ।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ରଣନୀତି ସ୍ୱରୂପ ସଅଳ ଚିହ୍ନଟ, ବ୍ୟାପକ ପରୀକ୍ଷା ଏବଂ ଦକ୍ଷ ଉପଚାର ଯୋଗୁଁ ମୃତ୍ୟୁ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ହ୍ରାସ ପାଉଛି । ଆଜି ଏହା ଶତକଡା ୨ ଭାଗ ଥିବାବେଳେ ଏହା କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ସଅଳ ଚିହ୍ନଟ ପ୍ରକ୍ରିୟା ଯୋଗୁଁ ସକ୍ରିୟ ମାମଲା ମଧ୍ୟ ହ୍ରାସ ପାଉଛି ।
ତୁରନ୍ତ ଚିହ୍ନଟ ସହିତ ସ୍ୱଳ୍ପ ଓ ସାମାନ୍ୟ ଲକ୍ଷଣ ଥିବା ମାମଲାଗୁଡିକୁ ଘରୋଇ ଏକାନ୍ତବାସ ଓ ଅଧିକ ଲକ୍ଷଣ ଯୁକ୍ତ ମାମଲାଗୁଡିକର ହସ୍ପିଟାଲ ଚିକିତ୍ସା ଯୋଗୁଁ ଏହି ଉନ୍ନତି ପରିଲକ୍ଷିତ ହୋଇଛି ।
ଏଠାରେ ଉଲ୍ଲେଖାଯୋଗ୍ୟ ଯେ, ଦେଶର ୧୦ଟି ରାଜ୍ୟରେ ଶତକଡା ୮୦ରୁ ଅଧିକ ନୂଆ ମାମଲା ସାମନାକୁ ଆସିଛି । ଦ୍ରୁତ ଚିହ୍ନଟିକରଣ ଓ ଘରକୁ ଘର ବୁଲି ସର୍ଭେ ତଥା ଆବଧାଞ୍ଚଳ ପରିଚାଳନା ଯୋଗୁଁ ପ୍ରଥମେ ପ୍ରଥମେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଥିଲେ ମଧ୍ୟ ସମୟକ୍ରମେ ଏହା ହ୍ରାସ ପାଇବାକୁ ଲାଗିବ ।

Leave A Reply

Your email address will not be published.

2 + twenty =