oom

ନିରାଡମ୍ବର ଭାବେ ପାଳିତ ହେଲା ବିଶ୍ୱ ଆଦିବାସୀ ଦିବସ

jsmm

ପାଟଣାଗଡ଼, (ଅଜିତ କୁମାର ପୁରୋହିତ) : କରୋନା କଟକଣାକୁ ନଜରରେ ରଖି ଆଜି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ପାଟଣାଗଡ ବ୍ରହ୍ମପୁରା ଆଦିବାସୀ ଭବନଠାରେ ନିରାଡମ୍ବର ଭାବେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ବ୍ଲକ ସଭାପତି ଅଷ୍ଟରତ୍ନ ବରିହାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ସଭାରେ ଆଦିବାସୀମାନଙ୍କ ହକ ବିଷୟରେ ଚର୍ଚ୍ଚା ହୋଇଥିବା ବେଳେ ଆାଦିବାସୀଙ୍କ ସମସ୍ତ ଅଧିକାର ପାଇବା ପାଇଁ ଉପସ୍ଥିତ ବକ୍ତାମାନେ ମତ ଦେଇଥିଲେ । ନିଜ ହକ ହାସଲ ପାଇଁ ସାଲିସ ବିହୀନ ସଂଗ୍ରାମ କରିବା ସହ ନିଜ ଧର୍ମ, ସଂସ୍କୃତି, ପ୍ରଥା ପରମ୍ପରା ସୁରକ୍ଷାର ସଙ୍କଳ୍ପ ନିଆଯାଇଥିଲା । ପରିବେଶ ସୁରକ୍ଷା କ୍ଷେତ୍ରରେ ଆଦିବାସୀମାନଙ୍କ ଅବଦାନ, ଆାଦିବାସୀ ନୃତ୍ୟ ଗୀତ, କ୍ରୀଡା, କୃଷି ପ୍ରଣାଳୀ, ଔଷଧୀୟ ବନରାଜିର ସୁରକ୍ଷା ଉପରେ ଆଦିବାସୀମାନଙ୍କ ଗୁରୁ ଦାୟିତ୍ୱ ରହିଛି ବୋଲି ମୁଖ୍ୟ ଅତିଥି ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିଜ ମତ ଦେଇଥିଲେ । ଏହି ଅବସରରେ ସମ୍ପାଦକ ସାରଥି ବାଗ, ଗଦି ବରିହା, ଗିରିଧାରୀ ଭୋଇ, ରାମଚନ୍ଦ୍ର ଧରୁଆ, ଲଲିତ ମଲ୍ଲିକ, ମନବୋଧ ବରିହା ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.