csstore

ଟିଟିଲାଗଡରେ ରକ୍ତଦାନ ଶିବିର ଅନୁଷ୍ଠିତ

ଟିଟିଲାଗଡ, (ଗୌରବ ଦର୍ଜୀ) : ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜି ଟିଟିଲାଗଡ ସ୍ଥିତ ମହାବୀର ଧର୍ମଶାଳାରେ ମାନ୍ୟବର ବିଧାୟିକା ତଥା ରାଜ୍ୟ ସରକାରଙ୍କ ମିଶନ ଶକ୍ତି, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁଙ୍କ ତତ୍ତ୍ଵାବଧାନରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଟିଟିଲାଗଡର ଅନେକ ପୁରୁଷ, ମହିଳା ଓ ଛାତ୍ରଛାତ୍ରୀ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଛନ୍ତି ।

ଏହି କାର୍ୟ୍ୟକ୍ରମରେ ଟିଟିଲାଗଡ ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ପାଲଙ୍କ ସହିତ ରକ୍ତ ଭଣ୍ଡାରର ବଜେନ୍ଦ୍ର ନାଥ ରାଉତ, ନରେନ୍ଦ୍ର ପଣ୍ଡା, ଜୟରାମ ମଜଖଣ୍ଡ, ବଳରାମ ବେହେରା, ରତ୍ନାକର ପୁଟେଲ୍, ବିନୟ ସାହୁ, ରଥି ବଞ୍ଛୋର ସାହାଯ୍ୟ କରିଥିଲେ। ଏହି ରକ୍ତଦାନ ଶିବିରରେ ଖବର ସଂଗ୍ରହ ହେବା ପର୍ୟ୍ୟନ୍ତ ପ୍ରାୟ ୭୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି।

jayashree
Leave A Reply

Your email address will not be published.