ରାଜୀବ ଗାନ୍ଧୀଙ୍କ ୭୭ ତମ ଜନ୍ମ ଜୟନ୍ତୀ ଅବସରରେ ଛତ୍ରପୁରରେ ବୃକ୍ଷ ଚାରାବଣ୍ଟନ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗୀୟ ରାଜୀବ ଗାନ୍ଧୀଙ୍କ ୭୭ ତମ ଜନ୍ମ ଜୟନ୍ତୀ ଶୁକ୍ରବାର ଛତ୍ରପୁର ଠାରେ ପାଳିତ ହୋଇଯାଇଛି । କଂଗ୍ରେସ କମିଟି ତରଫରୁ ପାଳିତ ଏହି ଜୟନ୍ତୀ ସମାରୋହରେ ଛତ୍ରପୁର ଅପର ବସଷ୍ଟାଣ୍ଡ ଠାରେ ଥିବା ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା ଏବଂ ପରିବେଶ ସୁରକ୍ଷା ଉପରେ ଆଲୋକପାତ କରାଯାଇ ସୁନ୍ଦର ସବୁଜିମା ପରିବେଶ ନିମନ୍ତେ ବୃକ୍ଷ ଲଗାଇବା ନିମନ୍ତେ ବାର୍ତ୍ତା ପ୍ରଦାନ କରାଯାଇ ସ୍ଥାନୀୟ ଲୋକମାନଙ୍କୁ ଗୋଟିଏ ଲେଖାଏଁ ବୃକ୍ଷ ଚାରା ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ଭାଗୀରଥୀ ବେହେରା, ଛତ୍ରପୁର ବ୍ଲକ କଂଗ୍ରେସପାର୍ଟି ସଭାପତି ଅବନୀ ଶତପଥୀ, ଗଞ୍ଜାମ ବ୍ଲକ ସଭାପତି ଏନ୍‌.ଗଣେଶ ରେଡ୍ଡି, ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗଠନର ଛତ୍ରପୁର ବ୍ଲକ ସଭାପତି ଟି. କ୍ରିଷ୍ଣା ରେଡ୍ଡି, ରାଜୀବ ଗାନ୍ଧୀ ପଞ୍ଚାୟତ ସଂଗଠନର ଏନ୍‌ଏସି ସଭାପତି ଜି. ଶ୍ରୀନିବାସ ରାଓ, ଗଞ୍ଜାମ ନଗର ସଭାପତି ବୁଲୁ ରେଡ୍ଡି, ବରିଷ୍ଠ ନେତା କାଳିଆ ରାଉଳ, ଯୁବ ନେତା ବଳିଆ ବେହେରା, ସତ୍ୟଜିତ ବେହେରା, ଛାତ୍ର ନେତା ମହେଶ କୁମାର ଗୌଡ଼, ସୋମନାଥ ପଣ୍ଡା, ଚକ୍ରପାଣି ପଲାଇ, ରାକେଶ କୁମାର ଆଚାର୍ଯ୍ୟ, ସୁବୋଧ ସ୍ଵାଇଁ, ସିଲୁ ରାଉଳ, ଟି ଚନ୍ଦ୍ର ଶେଖର ରେଡ୍ଡି, ଆଇନଜୀବି ବାବୁ ନାହକ ପ୍ରମୁଖ ବହୁ କଂଗ୍ରେସ ନେତାବର୍ଗ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.