oom

ଭଗବତ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଅସହାୟ ପରିବାରକୁ ରାସନ ସାମଗ୍ରୀ ଓ ଲକ୍ଷାଧିକ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ

jsmm

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଭଗବତ ଚାରିଟେବୁଲ ଟ୍ରଷ୍ଟର ସାଧାରଣ ପରିଷଦ ବୈଠକ ଟ୍ରଷ୍ଟର ଅଧ୍ୟକ୍ଷ ଏସ. ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ନବୀନ ଭବନ ପରିସରରେ ଗୁରୁବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଅଧ୍ୟକ୍ଷ ଶ୍ରୀ ପାତ୍ର ଟ୍ରଷ୍ଟର ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରି କହିଥିଲେ ଯେ, ଗତ ଦୁଇବର୍ଷ ଧରି କରୋନା ମହାମାରୀ ଯୋଗୁଁ ବିଶେଷକରି ସମାଜରେ ଥିବା ଦଳିତ, ଅବହେଳିତ ଜନତା ଘୋର ଅସୁବିଧାର ସମ୍ମୁଖୀନ ହୋଇଥିବା ବେଳେ ଭଗବତ ଚାରିଟେବୁଲ ଟ୍ରଷ୍ଟ ସଂସ୍ଥା ତରଫରୁ ଇତିମଧ୍ୟରେ ୧୫୫ ନିଃସହାୟ ପରିବାରକୁ ଶୁଖିଲା ରେସନ ସାମଗ୍ରୀ, ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଆର୍ଥିକ ସହାୟତା, ରୋଗୀମାନଙ୍କୁ ଖାଦ୍ୟ ସହ ଆର୍ଥିକ ସହାୟତା, କୁଲି ମଜୁରିଆମାନଙ୍କୁ ମାସ୍କ ଓ ସାନିଟାଇଜର ମାଗଣାରେ ବଣ୍ଟନ କରାଯାଇଛି । ଏହା ସହ ଗୋଷାଣୀ ନୂଆଗାଁ ଦୃଷ୍ଟିହୀନ ବିଦ୍ୟାଳୟ ସମେତ ବିଭିନ୍ନ ବୃଦ୍ଧାଶ୍ରମ, ଗୋପାଳପୁର ସୁଧାର ଗୃହ, ମାନସିକ ବିକାରଗ୍ରସ୍ତ ଛାତ୍ରଛାତ୍ରୀଙ୍କ ଶିକ୍ଷାନୁଷ୍ଠାନ “ଦିଗନ୍ତ’କୁ ଆର୍ଥିକ ସହାୟତା ସ୍ୱରୂପ ଇତିମଧ୍ୟରେ ଦୁଇ ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ ସହାୟତା ପ୍ରଦାନ କରାଯାଇଛି ।

ଏହି ବୈଠକରେ ଟ୍ରଷ୍ଟର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ରବି ରଥଙ୍କ ସମେତ ପ୍ରଫେସର ଡ଼. ଡ଼ମ୍ବରୁଧର ସାହୁ, ଶିକ୍ଷାବିତ ରାଜେନ୍ଦ୍ର ପଣ୍ଡା, ଆଇନଜୀବୀ ସତିଶ ପାତ୍ର, ସମାଜସେବୀ ବିଶ୍ୱଦେବ, ପ୍ରଦୀପ କୁମାର ବେହେରା, ଆଇନଜୀବୀ ପ୍ରଣବ କୁମାର ପଣ୍ଡା, ଶିବ ପ୍ରସାଦ ମିଶ୍ର, ଅବନୀ କୁମାର ଗୟା, ନବୀନ କୁମାର ପଟ୍ଟନାୟକ, ସନ୍ତୋଷିନୀ ବେହେରା ପ୍ରମୁଖ ଉପସ୍ଥିତ ରହି ଟ୍ରଷ୍ଟର ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ବିଭିନ୍ନ ମତ ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.