ଉପଜିଲ୍ଲାପାଳ ସୋମନାଥ ପଧାନଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ବିଦାୟକାଳିନ ସମ୍ବର୍ଦ୍ଧନା

ପାଟଣାଗଡ଼, (ଗୋରେଖ ବରିହା) : ସ୍ଥାନୀୟ ଉପଜିଲ୍ଲାପାଳଙ୍କ ବାସ ଭବନ ପ୍ରାଙ୍ଗଣରେ ପାଟଣାଗଡ଼ ଉପଜିଲ୍ଲାପାଳ ସୋମନାଥ ପଧାନଙ୍କୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ, କୋଶଲ ରାଜ୍ୟ ସଂମନ୍ଵୟ ସମିତି, ନାଗରିକ କମିଟି ଓ ବଣିକ ସଂଘ ତରଫରୁ କୋଭିଡ ନିୟମ ଅନୁଯାୟୀ ଏକ ବିଦାୟକାଳିନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ କରି ଉପଢୌକନ, ମାନପତ୍ର ଓ ପୁଷ୍ପଗୁଛ ଦେଇ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ସଂଗଠନ କର୍ମକର୍ତ୍ତା ମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟକୁ ଭୁୟସୀ ପ୍ରଶଂସା କରିବା ସହ ଜନସାଧାରଣ ଉପଜିଲ୍ଲାପାଳଙ୍କ ଯୋଗୁଁ ଅନେକ ସରକାରୀ ଯୋଜନାରେ ଉପକୃତ ହୋଇପାରିଛନ୍ତି ବୋଲି ନିଜ ନିଜ ବକ୍ତବ୍ୟରେ ବକ୍ତାମାନେ କହିଛନ୍ତି । ସରକାରୀ ପାଣ୍ଠି କମ୍‌ ଥିବା ସତ୍ତ୍ୱେ ମଧ୍ୟ ନିଜସ୍ୱ ଉଦ୍ୟମରେ ଜନସାଧାରଣଙ୍କ ଉତ୍ତମ ସମ୍ପର୍କ ରଖି ଦେବୋତ୍ତର ଅଧକ୍ଷ ହିସାବରେ ଉପଖଣ୍ଡର ମନ୍ଦିର ମାନଙ୍କର ସୌନ୍ଦର୍ଯ୍ୟକରଣ କରେଇଛନ୍ତି । ଦକ୍ଷ ପ୍ରଶାସକ ଭାବରେ ପାଟଣାଗଡ଼ର ଅନେକ କାମ କରି ପ୍ରଶଂସାର ପତ୍ର ହୋଇପାରିଛନ୍ତି । ଆଜିର ବିଦାୟ ସମ୍ବର୍ଦ୍ଧନା ଉତ୍ସବରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ମହାସଚିବ ନିରଞ୍ଜନ ବିଶି, ଯୁଗ୍ମ ସମ୍ପାଦକ ଗିରିରାଜ ଭୋଇ, କୋଶଲ ରାଜ୍ୟ ସଂମନ୍ଵୟ ସମିତିରୁ ବନମାଳୀ ନାଏକ, ନାଗରିକ କମିଟିରୁ ସଭାପତି ଘନଶ୍ୟାମ ମେହେର, ଅନୀଲ ମେହେର, ଅନ୍ତର୍ଯ୍ୟାମୀ ମେହେର, ମଦ ପାଣିଗ୍ରାହୀ, ବୁଲୁ ମାଝୀ, ମିନିକେତନ ମେହେର ଓ ବଣିକ ସଂଘ ପକ୍ଷରୁ ରାଜେଶ ମେହେର ପ୍ରମୁଖ ଉପସ୍ଥିତ ରହି ବିଦାୟକାଳିନ ସମ୍ବର୍ଦ୍ଧନା ଦେଇଥିଲେ ।

Leave A Reply

Your email address will not be published.