ବରିଷ୍ଠ ଆଇନଜୀବୀଙ୍କ ପରଲୋକ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଟିଟିଲାଗଡ଼ ସହର ପାଇଁ ଆଜି ଏକ ଦୁଖଦ ଖବର । ଟିଟିଲାଗଡ ସହରର ଜଣେ ବରିଷ୍ଠ ଆଇନଜୀବୀ କିଶୋର ଚନ୍ଦ୍ର ପଣ୍ଡାଙ୍କ ପରଲୋକ ହୋଇଛି। ସ୍ୱର୍ଗତଃ ପଣ୍ଡା ସହରର ଜଣେ ଉତ୍ତମ ବ୍ୟକ୍ତି, ପରୋପକାରୀ, ମେଳାପୀ, ଅତ୍ୟନ୍ତ ଦୟାଳୁ, ବିଚକ୍ଷଣ ବୁଦ୍ଧି, ସରଳ ମଣିଷ ଭାବରେ ବେଶ ପରିଚିତ ଥିଲେ । ଜଣେ ରାଜନୈତିକ, ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ପୂର୍ବତନ ଆବାହକ, ଓକିଲ ସଂଘର ପୂର୍ବତନ ସଭାପତି ଭଳି ଅନେକ ଅନୁଷ୍ଠାନର ପଦ ପଦବୀକୁ ବେଶ ଆତ୍ମୀୟତାର ସହିତ ପରିଚାଳିତ କରିଥିଲେ । ତାଙ୍କ ଦୃଢ଼ ନେତୃତ୍ୟରେ ଟିଟିଲାଗଡ଼ ଜିଲ୍ଲା ଦାବୀ ଏକ ମୁଖ୍ୟ ସ୍ରୋତକୁ ଆସିପାରିଥିଲା । ସମସ୍ତଙ୍କୁ ଭଲ ପାଉଥିବା ଏହି ମହାନ ବ୍ୟକ୍ତି ଆଜି ଆମ ଗହଣରେ ନାହାନ୍ତି । ଟିଟିଲାଗଡବାସୀ ତାଙ୍କ ଅମର ଆତ୍ମାର ସତଗତି ନିମନ୍ତେ ପ୍ରାର୍ଥନା କରୁଛନ୍ତି । ଶୋକାକୁଳ ପରିବାରକୁ ସମବେଦନା ଜଣାଇବା ସହ ଏପରି ଏକ ଘଡିସନ୍ଧି ମୁହୂର୍ତ୍ତ ରେ ପରିବାରକୁ ଈଶ୍ୱର ସହାୟକ ହୁଅନ୍ତି, ଏହା ଟିଟିଲାଗଡ ବାସୀଙ୍କ ପ୍ରାର୍ଥନା ।

Leave A Reply

Your email address will not be published.