ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଆଜି ସୁବର୍ଣ୍ଣପୁର ବିଜେପିର ସ୍ବର ଉତ୍ତୋଳନ

ସୁବର୍ଣ୍ଣପୁର ( ପ୍ରଭୁଦତ୍ତ ରଥ ) : ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହଡ଼ପ୍ ଓ ଚଂଚକତା କରୁଥିବା ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଆଜି ସୁବର୍ଣ୍ଣପୁର ବିଜେପି ପକ୍ଷରୁ ଥାନାରେ ଏଫ ଆଇ ଆର୍ ଦିଆଯିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର ପତ୍ରକୁ ଚିରାଯାଇଛି । କେନ୍ଦ୍ରର ମୋଦୀ ସରକାର ଦ୍ବାରା ଜାତୀୟ ଫ୍ଲାଗସିପ୍ ଯୋଜନାରେ ଦେଶର ଗୃହହୀନ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦିଆ ଯାଉଥିବା ପକ୍କା ଘରକୁ ବିଜୁ ପକ୍କାଘର ଲେଖି ମିଛ ପ୍ରଚାର କରୁଥିବା ନବୀନ ସରକାର ବିରୁଦ୍ଧରେ ବିଜେପି କର୍ମୀମାନେ ସଦର ବ୍ଲକ ଓ ଥାନା ଆଗରେ ବିକ୍ଷୋଭ କରିଛନ୍ତି । ଜିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ରଙ୍କ ନେତୃତ୍ବରେ ବିଜେପିର ସାଂଗଠନିକ କର୍ମକର୍ତ୍ତା ଏହି ପ୍ରତିବାଦ ବିକ୍ଷୋଭରେ ଯୋଗଦେଇ ବିଜେଡି ସରକାରର ପ୍ରବଂଚନା ଓ ଠକାମି ତଥା ବିଭ୍ରାନ୍ତିମୂଳକ ଅପପ୍ରଚାରକୁ ନେଇ ନାରାବାଜି କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅର୍ଥରେ ତିଆରି ଘର କାନ୍ଥରେ ରାଜ୍ୟ ସରକାର ଲେଖୁଥିବା ମିଛ ପ୍ରଚାରକୁ ବନ୍ଦ କରାନଗଲେ ଆଗାମୀ ଦିନରେ ତୃଣମୂଳସ୍ତରରୁ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଜିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ର ସତର୍କ କରାଇ ଦେଇଛନ୍ତି ।

Leave A Reply

Your email address will not be published.