ଦେବେନ୍ଦ୍ର କୁମାର ଦାଶଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ

  • ଶିକ୍ଷାବିତ୍ ଦେବେନ୍ଦ୍ର ଦାଶ ଥିଲେ ଜଣେ ଜ୍ଞାନୀ ଏବଂ ସ୍ୱାଭିମାନୀ ମଣିଷ

ରାଉରକେଲା, (ସସ୍ମିତା ପଧାନ) : ପ୍ରଗତି ଉତ୍କଳ ସଂଘର ଆଜୀବନ ସଦସ୍ୟ ତଥା ପ୍ରକାଶନ ଉପଦେଷ୍ଟା ଶିକ୍ଷାବିତ୍ ଦେବେନ୍ଦ୍ର କୁମାର ଦାଶଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ସଂଘର ସଭାପତି ଇଂ. ପ୍ରତାପ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଭାପତିଙ୍କ ସହ ଉପସ୍ଥିତ କର୍ମକର୍ତ୍ତା ଏବଂ ସଦସ୍ୟମାନେ ସ୍ୱର୍ଗତ ଦାସଙ୍କ ତୈଳ ଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରେ ବରିଷ୍ଠ ସଦସ୍ୟ ତଥା ଯୋଗ ପ୍ରଶିକ୍ଷକ ପୀତବାସ ପ୍ରଧାନ, ଉପସଭାପତି ରଶ୍ମି ରଂଜନ ବୋଇତାଇ, ସାଧାରଣ ସମ୍ପାଦକ ଘନଶ୍ୟାମ ଧଳ, ସମ୍ପାଦକ ରାଧାମୋହନ ନାୟକ, ଯୁଗ୍ମ ସମ୍ପାଦକ ଲକ୍ଷ୍ମଣ ନାଥ ଦାସ, କାର୍ଯ୍ୟକାରୀ ସଦସ୍ୟ ସତ୍ୟ ନାରାୟଣ ଦାସ, ଅର୍ଜୁନ ଭୂୟାଁ, ରତିକାନ୍ତ ମିଶ୍ର ପ୍ରମୁଖ ସ୍ବର୍ଗତ ଦାସଙ୍କ ସ୍ମୃତି ଚାରଣ କରିବା ସହ ସେ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷା ସାହିତ୍ୟରେ ପ୍ରଭୁତ ଜ୍ଞାନ ଆହରଣ ସହ ଜଣେ ସୁବକ୍ତା ଭାବରେ ସର୍ବ ଆଦୃତି ଲାଭ କରିଥିଲେ ବୋଲି ମତପୋଷଣ କରିଥିଲେ । ସେ ଥିଲେ ଜଣେ ସ୍ପଷ୍ଟବାଦୀ, ସାଲିସ୍ ବିହୀନ ପ୍ରଚଣ୍ଡ ସ୍ଵାଭିମାନୀ ପୁରୁଷ । ପ୍ରଗତି ଉତ୍କଳ ସଂଘର ବିଭିନ୍ନ ଉପାୟ ପୁସ୍ତକ ପ୍ରକାଶନ ତଥା ସେମିନାର ଆୟୋଜନରେ ତାଙ୍କର ଭୂମିକା ଅନସ୍ବୀକାର୍ଯ୍ୟ । ଏହି ସ୍ମୃତି ଚାରଣ ସଭାରେ ବରିଷ୍ଠ କାର୍ଯ୍ୟକାରୀ ସଦସ୍ୟ ସୁଭ୍ରାଂଶୁ ଶେଖର ମହାପାତ୍ର, ପାଠାଗାର ସଂପାଦକ ଇନ୍ଦ୍ରମଣି ମହାପାତ୍ର, ପରୀକ୍ଷିତ ଗୁରୁ, କୋଷାଧ୍ୟକ୍ଷ ବିପିନ ବିହାରୀ ପଟ୍ଟନାୟକ, କ୍ରୀଡ଼ା ସମ୍ପାଦକ ଅରବିନ୍ଦ ପାତ୍ର ପ୍ରମୁଖ ସହାୟତା କରିଥିବା ବେଳେ ଅନ୍ୟତମ ଉପସଭାପତି ଅଜୟ କୁମାର ଗୋସ୍ୱାମୀ, ପ୍ରଦୀପ କୁମାର ପଟ୍ଟନାୟକ, ନାରାୟଣ ଚନ୍ଦ୍ର ମହନ୍ତ, ପୂର୍ଣ୍ଣଚନ୍ଦ୍ର ଜେନା, ଧରଣୀଧର ସାମଲ, ଗଙ୍ଗାଧର ପୁହାଣ ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.