csstore

ଟଙ୍କାକରେ ୮୦ ଟଙ୍କା ପାଇବା ମୋହରେ ମୋହିତ ପିଲାଠୁ ବୁଢା : ଜୋର୍‌ ଧରିଛି ବେଆଇନ ସଟ୍ଟା ଖେଳ

କଳାହାଣ୍ଡି, (କେପିଏନ୍‌ଏସ୍‌) : ଟଙ୍କାକରେ ଅଶୀ ଟଙ୍କାର ମୋହ ଦେଖାଇ ଲୋକଙ୍କୁ ପାଗଳ କରିଛି ସଟ୍ଟା । ପିଲା, ବୁଢା, ଟୋକା, ସ୍କୁଲ କଲେଜ ଛାତ୍ର, ମହିଳା ସୁଦ୍ଧା ଏହି ସଟ୍ଟାର ମୋହରେ ପଡିଛନ୍ତି । ଦିନ ତମାମ ବିଭିନ୍ନ ପଡ଼ାରେ କିଛି ଟୋକାକୁ ନେଇ ସଟ୍ଟା ପଟି ଲେଖାଯିବା ସହ ଓପନ, କ୍ଲୋଜ, ଯୋଡି ଆଦିର ଚର୍ଚ୍ଚା ହେଉଛି । ଲୋକେ ନିଜ ଉପାର୍ଜିତ ଅର୍ଥର ସିଂହଭାଗ ସଟ୍ଟା ଖେଳରେ ଲଗାଇ ଦେଉଥିବା ବେଳେ ଗଦିବାଲା ମାଲାମାଲ ଓ ସାଧାରଣ ଲୋକେ କାଙ୍ଗାଳ ପାଲଟୁଛନ୍ତି । ମହାମାରୀ କରୋନା ସମୟରେ ବିଭିନ୍ନ ପରିବାର ମଧ୍ୟରେ ଏହି ସଟ୍ଟାକୁ ନେଇ ଘରେ ଘରେ ଅସନ୍ତୋଷ ଦେଖାଦେଇଛି ।
ଶିଳ୍ପର ସହର ଲାଞ୍ଜିଗଡ଼ରେ ଦୀର୍ଘ ବର୍ଷ ଧରିଏହି ବେଆଇନ କାରବାର ଚାଲୁଥିବା ବେଳେ କରୋନା ମହାମାରୀ ସମୟରେ ମଧ୍ୟ ସହରରେ ପଡାମାନଙ୍କରେ ସଟ୍ଟା ପାଇଁ ଅର୍ଥ ଆଦାୟ କରାଯାଉଥିବା ବେଳେ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ପୂର୍ବରୁ ସଟ୍ଟା ଖେଳରେ ଟଙ୍କା ଲଗାଇ ସହରରେ ଶତାଧିକ ଲୋକେ ସର୍ବସ୍ୱାନ୍ତ ହୋଇ ପଡିଥିବାବେଳେ ମାନସିକ ଭାରସାମ୍ୟ ହରାଇବା ଭଳି ପରିସ୍ଥିତିର ସାମ୍ନା କରୁଛନ୍ତି । ତେବେ ଲାଞ୍ଜିଗଡ଼ଠାରେ କରୋନାର ଏହି ଘଡିସନ୍ଧି ପରିସ୍ଥିତିରେ ଦିନ ଦ୍ୱିପ୍ରହରରେ ସଟ୍ଟା ମାଫିଆମାନେ ପଡାକୁ ପଡା ବୁଲି ଦୈନିକ ହଜାର ହଜାର ଟଙ୍କାର ସଟ୍ଟା କାରବାର କରୁଥିବା ବେଳେ ଏହି ଦିଗରେ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

jayashree
Leave A Reply

Your email address will not be published.